Bikash Khabar
ତୃତୀୟ ଲିଙ୍ଗଙ୍କ ତିନି ପ୍ରେରଣା ଦାତ୍ରୀ

ଲମ୍ବା ସଂଘର୍ଷ ପରେ ସମାଜରେ ସ୍ଥାନ ସୃଷ୍ଟି କରିପାରିଥିବା ଟ୍ରାନ୍ସଜେଣ୍ଡର ଗୋଷ୍ଠୀଙ୍କ ପାଇଁ ଖୁସି ଖବର । ସଂଜନା ସିଂହ ପ୍ରଥମ ଏପରି ଟ୍ରାନ୍ସଜେଣ୍ଡର ଯିଏକି ମଧ୍ୟପ୍ରଦେଶରେ ସରକାରୀ ଚାକିରୀଟିଏ ପାଇ ପାରିଛନ୍ତି । ସଂଜନାଙ୍କୁ ରାଜ୍ୟର ସାମାଜିକ ନ୍ୟାୟ ଏବଂ ଦିବ୍ୟାଙ୍ଗ କଲ୍ୟାଣ ବିଭାଗର ସଚିବ କୃଷ୍ଣଗୋପାଲ ତିୱାରୀଙ୍କ ବ୍ୟକ୍ତିଗତ ସହାୟକ ଭାବେ ନିଯୁକ୍ତି ମିଳିଛି ।

ନିଜର ଏଭଳି ନିଯୁକ୍ତିକୁ ନେଇ ସଂଜନା ବହୁତ ଖୁସି । ଆଗକୁ ଆସୁଥିବା ସମୟ ଆମ ଗୋଷ୍ଠୀ ପାଇଁ ଅନୁକୂଳ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି । ଯଦି ସଂରକ୍ଷଣ ଅନ୍ୟକୁ ମିଳୁଛି ତେବେ ଆମକୁ କାହିଁକି ମିଳିବନି ବୋଲି ସଂଜନା କହିଛନ୍ତି । ଯଦି ଆମ ଟ୍ରାନ୍ସଜେଣ୍ଡର ଗୋଷ୍ଠୀଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ ମିଳିବ ତେବେ ଆମେ ମଧ୍ୟ ପ୍ରତିଟି ସ୍ତରରେ ଉକୃଷ୍ଟ ପ୍ରଦାନ କରିପାରିବୁ ବୋଲି ସେ କହିଛନ୍ତି ।
ମଧ୍ୟପ୍ରଦେଶର ଇତିହାସରେ ଏପରି ପ୍ରଥମ ଥର ହୋଇଛି । ଯେଉଁଠି ଜଣେ ଟ୍ରାନ୍ସଜେଣ୍ଡରଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି ମିଳିଛି । ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀ ମାସରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ରାନ୍ସଜେଣ୍ଡର ଅପ୍ପରା ରେଡ଼ିଙ୍କୁ ମହିଳା କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ଭାବେ ନିଯୁକ୍ତ କରିଛନ୍ତି । ରାଜସ୍ଥାନର ଗଙ୍ଗା ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ ରାଜ୍ୟ ପୋଲିସରେ ନିଯୁକ୍ତ ପାଇଛନ୍ତି । ଗଙ୍ଗା, ଅପ୍ସରା ଏବଂ ସଂଜନା ଏବେ ତୃତୀୟ ଲିଙ୍ଗ ଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

12/03/2019

Leave a Reply

Your email address will not be published. Required fields are marked *

Comments