Bikash Khabar
୯ ଜିଲ୍ଲାରେ ହେବ ସମନ୍ୱିତ ଭିତ୍ତିଭୂମି କମ୍ଲେକ୍ସ, ଗୋଟିଏ ଛାତ ତଳେ ଦିବ୍ୟାଙ୍ଗ, ବୃଦ୍ଧ ଓ ମାନସିକ ରୋଗୀଙ୍କୁ ମିଳିବ ସହାୟତା

୯ ଜିଲ୍ଲାରେ ହେବ ଇଣ୍ଟିଗ୍ରେଟେଡ଼ ଇନଫ୍ରାଷ୍ଟ୍ରକ୍ଟର କମ୍ପେ୍ଲକ୍ସ । ଗୋଟିଏ ଛାତ ତଳେ ବରିଷ୍ଠ ନାଗରିକଙ୍କ ପାଇଁ ରହିବା ସ୍ଥଳୀ, ଭିନ୍ନକ୍ଷମ ବ୍ୟକ୍ତି, ନିଶାଡ଼ି, ତୃତୀୟ ଲିଙ୍ଗ ଓ ମାନସିକ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ମିଳିବ । ଆସନ୍ତା ୩/୪ ବର୍ଷ ମଧ୍ୟରେ ଏହି ସବୁ କମ୍ପେ୍ଲକ୍ସ କାର୍ଯ୍ୟକାରୀ ହେବ ।

ସମ୍ବଲପୁର, କନ୍ଧମାଳ, ଗଞ୍ଜାମ, ଖୋର୍ଦ୍ଧା, ନବରଙ୍ଗପୁର, ମାଲକାନଗିରି, ଭଦ୍ରକ ଓ କଟକ ଜିଲ୍ଲାରେ ଏହି କମ୍ପେ୍ଲକ୍ସ ନିର୍ମାଣ କରାଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରଦତ୍ତ ସୂଚନାରୁ ଜଣାଯାଇଛି । ଖୋର୍ଦ୍ଧା, କନ୍ଧମାଳ ଓ ସମ୍ବଲପୁର ଜିଲ୍ଲାରେ କୋଠାର ନିର୍ମାଣ ଚାଲିଛି । କଟକ, କନ୍ଧମାଳ ଓ ନବରଙ୍ଗପୁରକୁ ଛାଡ଼ି ଦେଲେ ଅନ୍ୟ ଜିଲ୍ଲାରେ ୨୫ ଏକର ଯାଗାରେ ଏହାକୁ ନିର୍ମାଣ କରାଯାଉଛି ।
ଏହି ସବୁ କମ୍ପେ୍ଲକ୍ସରେ ଜରାନିବାସ, ଭିନ୍ନକ୍ଷମ ପୂନର୍ବାସ  କେନ୍ଦ୍ର, ନିଶା ନିବାରଣ କେନ୍ଦ୍ର, ମାନସିକ ରୋଗୀ ଓ ତୃତୀୟ ଲିଙ୍ଗଙ୍କ ସାମାଜିକ ଓ ଧନ୍ଦାମୂଳକ ପୁନର୍ବାସ କେନ୍ଦ୍ର କାର୍ଯ୍ୟ କରିବ । ପ୍ରତ୍ୟେକ କମ୍ପେ୍ଲକ୍ସରେ ୨ ଶହ ବ୍ୟକ୍ତି ରହିପାରିବାର ସୁବିଧା କରାଯିବ ।

13/03/2019

Leave a Reply

Your email address will not be published. Required fields are marked *

Comments