Bikash Khabar
ଅଢେଇ ଲକ୍ଷ ଟଙ୍କାକୁ ବଢିଲା ଆନ୍ତଃଜାତି ବିବାହ ପ୍ରୋତ୍ସାହନ ରାଶି, ୫ ବର୍ଷରେ ଉପକୃତ ହୋଇଛନ୍ତି ୩୮୨୦ ଦମ୍ପତ୍ତି

  ସବର୍ଣ୍ଣ ହିନ୍ଦୁ ଓ ଅନୁସୂଚିତ ଜନଜାତି ମଧ୍ୟରେ ବିବାହ କଲେ ଲକ୍ଷେ ଟଙ୍କାର ପ୍ରୋତ୍ସାହନ ରାଶି ମିଳୁଥିଲା । ଏବେ ଏହାକୁ ଅଢେଇ ଲକ୍ଷ ଟଙ୍କାକୁ ବଢାଇ ଦିଆଯାଇଛି ।

ଅନୁସୂଚିତ ଜନଜାତି, ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ଏହି ସୂଚନା ଦେଇ କହିଛନ୍ତି ଯେ ଏଭଳି ପ୍ରୋତ୍ସାହନ ରାଶି ପାଇବା ପାଇଁ ହିତାଧିକାରୀଙ୍କ ଆୟର ସୀମା ରଖାଯାଇନାହିଁ । ବିବାହ ପରେ ଜାତୀୟକରଣ ବ୍ୟାଙ୍କରେ ଦମ୍ପତ୍ତିଙ୍କ ଯୁଗ୍ମ ଆକାଉଣ୍ଟ ରହିବ । ବିବାହର ପ୍ରଥମ ୩ ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉଠାଇ ହେବ ନାହିଁ ।

ବିଭାଗୀୟ ସୂଚନା ଅନୁଯାୟୀ ଗତବର୍ଷ ରାଜ୍ୟରେ ୫୪୩ ଜଣ ଦମ୍ପତ୍ତି ପ୍ରୋତ୍ସାହନ ରାଶି ପାଇଛନ୍ତି । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ଦମ୍ପତ୍ତି ଏହି ପ୍ରୋତ୍ସାହନ ରାଶି ପାଇଥିଲେ । ଦ୍ୱିତୀୟରେ କଟକ ଓ ତୃତୀୟରେ ଜଗତସିଂହପୁର ଜିଲ୍ଲା ରହିଛି । ଗତ ୫ ବର୍ଷ ମଧ୍ୟରେ ୩୮୦୦ ଦମ୍ପତ୍ତି ଆନ୍ତଃଜାତି ବିବାହ କରି ପ୍ରୋତ୍ସାହନ ରାଶି ପାଇଛନ୍ତି । 

04/07/2018

Leave a Reply

Your email address will not be published. Required fields are marked *

Comments