Bikash Khabar
୧୦ ବର୍ଷରେ ୨୩୦ ଆଇଏଏସ୍‌ଙ୍କୁ ତିଆରି କରିଛି

ଭାରତୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ୨୦୧୯ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ଅଗଷ୍ଟ ତାରିଖରେ ପ୍ରକାଶିତ ହୋଇଛି ଏଥିରେ ଦିଲ୍ଲୀର ଏକ ସଂସ୍ଥାରୁ ବିଦ୍ୟାର୍ଥୀମାନେ କମାଲ ଦେଖାଇଛନ୍ତି ସଂସ୍ଥାର ୩୦ଜଣ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ଗୋଟିଏ ବର୍ଷରେ ଗୋଟିଏ କୋଚିଙ୍ଗ ସଂସ୍ଥାରୁ ଏତେ ସଂଖ୍ୟକ ବିଦ୍ୟାର୍ଥୀ ଦେଶର ସବୁଠୁ ବଡ଼ କଠିନ ପ୍ରତିଦ୍ୱନ୍ଦୀତାମୂଳକ ସିଭିଲ୍ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେବାର ଇୟେ ହେଉଛି ଏକ ବିରଳ ଦୃଷ୍ଟାନ୍ତ । ସଫଳ କ୍ୟାରିୟର ଗଢୁଛି ଏହି ସଂସ୍ଥା : ଜାମିଆ ମିଲିଆ ଇସ୍ଲାମିଆର ରେସିଡ଼େନ୍ସିଆଲ ଏକାଡ଼େମୀ (ଆରସିଏ) ଉଚ୍ଚ କୋଟିର ତାଲିମ କୋଚିଂ ମାଧ୍ୟମରେ ଶହ ଶହ ଯୁବକଙ୍କ ଇପ୍ସିତ ଲକ୍ଷ୍ୟ ହାସଲରେ ସହାୟକ ହୋଇଛି ୨୦୧୯ ବର୍ଷରେ ଆରସିଏର ମାର୍ଗଦର୍ଶନ ପାଠ୍ୟଦାନର ସହାୟତା ନେଇ ୩୦ଜଣ ଛାତ୍ରଛାତ୍ରୀ ଲୋକସେବା ଆୟୋଗର ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ପାଇଛନ୍ତି ଏହି ୩୦ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୨୫ଜଣ ଆରସିଏରେ ଆବାସିକ ସୁବିଧା ନେଇ ରହି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଆଉ ୫ଜଣ ବିଦ୍ୟାର୍ଥୀ ଏକାଡ଼େମୀର ମକ୍ ସାକ୍ଷାତ୍କାର ଗୁଡ଼ିକରେ ଭାଗ ନେଇ ନିଜର ସାମର୍ଥ୍ୟ ଦକ୍ଷତା ବୃଦ୍ଧି କରିଥିଲେ ଦେଶର ସବୁଠୁ ବଡ଼ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିଥିଲେ

ପବ୍ଲିକ କୋଚିଙ୍ଗରେ ପାଠ ପଢି ସଫଳତା ପାଇବା କ୍ଷେତ୍ରରେ ଏହି ଅନୁଷ୍ଠାନ ଏକ ବଡ଼ ଉପଲବ୍ଧି ୩୦ଜଣଙ୍କ ମଧ୍ୟୁ ୬ଜଣ ଆଇଏଏସ୍, ୮ଜଣ ଆଇପିଏସ୍ ଏବଂ ଅନ୍ୟମାନେ ନିଜ ନିଜ ୍ୟାଙ୍କ ଏବଂ ପସନ୍ଦ ଅନୁଯାୟୀ ଆଇଆରଏସ୍ଅଡ଼ିଟ୍ ଆଣ୍ଡ ଆକାଉଣ୍ଟାଣ୍ଟ ସର୍ଭିସ୍, ଆଇଆରଟିଏସ୍ ଏବଂ ଗ୍ରୁପ୍‌-ଏର ଆନୁସଙ୍ଗିକ ସେବା କ୍ଷେତ୍ରରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଛନ୍ତି ଚଳିତ ଥର ୟୁପିଏସ୍ସି କ୍ଲିୟର କରିଥିବା ଏହି ଏକାଡ଼େମୀର ୩୦ ବିଦ୍ୟାର୍ଥୀଙ୍କ ମଧ୍ୟରେ ୬ଜଣ ଝିଅ ଥିବା ଜଣାଯାଇଛି ଏକାଡ଼େମୀର ବିଭିନ୍ନ ଇଣ୍ଟରନାଲ ପରୀକ୍ଷାଗୁଡ଼ିକରେ ଖୁବ୍ ଭଲ ମାର୍କ ରଖି ଆସୁଥିବା ରୁଚି ବିନ୍ଦାଲ ୩୯ତମ ୍ୟାଙ୍କ ପାଇଥିବା ଜଣାଯାଇଛି ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କୁ ଜାମିଆ ମିଲିଆ ଇସ୍ଲାମିଆର ରେସିଡ଼େନ୍ସିଆଲ କୋଚିଙ୍ଗ ଏକାଡ଼େମୀ ମାଗଣାରେ ମାଗଣାରେ କୋଚିଙ୍ଗ ଉପଲବ୍ଧ କରାଇଥାଏ ମହିଳା ଅନୁସୂଚିତ ଜାତି ଜନଜାତି ସଂଖ୍ୟାଲଘୁ ବିଦ୍ୟାର୍ଥୀମାନଙ୍କୁ ଏଭଳି ମାଗଣା କୋଚିଙ୍ଗ ପ୍ରଦାନ ବ୍ୟବସ୍ଥା ବିଗତ ଏକ ଦଶନ୍ଧି ବ୍ୟାପୀ ଚାଲିଛି ୨୦୧୯ ୟୁପିଏସ୍ସି ବ୍ୟକ୍ତିଗତ ସାକ୍ଷାତକାରରେ ଆରସିଏର ୬୦ଜଣ ଛାତ୍ର ମନୋନୀତ ହୋଇଥିଲେ ସେମାନଙ୍କ ମଧ୍ୟରୁ ୨୫ଜଣ ଆବାସିକ ଛାତ୍ର ୫ଜଣ ଅଣ ଆବାସିକ ମୋଟ ୩୦ଜଣ ଏଥିରେ ଚୂଡ଼ାନ୍ତ ମନୋନୀତ ହୋଇପାରିଛନ୍ତି ରୁଚି ବିନ୍ଦାଲ ୩୯ ୍ୟାଙ୍କରେ ଥିବାବେଳେ ଜାକିର ଶେଖ-୧୫୩, ନନ ଜୟ ଅଲ୍ଲୀ ଆକ୍ରାମ-୧୮୮, ଫରମାନ ଅହମ୍ମଦ-୨୫୮, ସୁଫିୟା ଅହମ୍ମଦ-୩୦୩, ନଦିୟାଚେଗ-୩୫୦, ଗରିମା ଦହିୟା-୪୫୯, ରାଜେନ୍ଦ୍ର ଚୌଧୁରୀ-୫୫୪, ଅରଚିନ୍ଦ ମୀନା-୬୪୬, ପ୍ରତିମା-୭୫୭, ଧୀମନ ଚକମା-୭୨୨ ୍ୟାଙ୍କ ହାସଲ କରିଛନ୍ତି

ଜେଏମ୍ଏମ୍ ଭାଇସ୍ ଚାନ୍ସେଲର ପ୍ରଫେସର ନଦମା ଅଖତାର କହନ୍ତି ଏହି ଅନୁଷ୍ଠାନ ବିଦ୍ୟାର୍ଥୀମାନଙ୍କ ଇପ୍ସିତ ଲକ୍ଷ୍ୟ ପ୍ରାପ୍ତି ଦିଗରେ ବର୍ଷ ବର୍ଷର ପ୍ରୟାସ ଜାରି ରଖି ସଫଳତା ପାଇଛି ଚଳିତଥର ୩୯ ୍ୟାଙ୍କ ପାଇଥିବା ରୁଚି ବିନ୍ଦାଲ କହନ୍ତି, ପିଲାଟି ଦିନରୁ ମୋ ବାପା ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ମୋର ଅନୁଷ୍ଠାନ ପାଇଁ ସଫଳ ହେଲା ରାଜସ୍ଥାନରେ ଜନ୍ମିତ ରୁଚିଙ୍କ ପିତା ଜଣେ ମାର୍ବଲ ବ୍ୟବସାୟୀ ବିଗତ ୫ବର୍ଷ ଧରି ସେ ଦିଲ୍ଲୀରେ ରହୁଥିଲେ ତାଙ୍କର ଗୋଟିଏ ସାନଭାଇ ସାନ ଭଉଣୀ ଅଛନ୍ତି ମହିଳା ସଶକ୍ତିକରଣ ତୃତୀୟ ଲିଙ୍ଗକୁ ନ୍ୟାୟ ପ୍ରଦାନ ଦିଗରେ ସେ କାମ କରିବେ ବୋଲି ସେ କହନ୍ତି ରୁଚି ଆଗରୁ ୫ଥର ଏହି ପରୀକ୍ଷା ଦେଇ ଅସଫଳ ହୋଇଛନ୍ତି, କିନ୍ତୁ ଭାଙ୍ଗି ପଡ଼ିନାହାଁନ୍ତି ମାଲବ୍ୟ ନଗରରେ ରହି ଆରସିଏରେ କୋଚିଙ୍ଗ ନେଇ ସେ ଏବେ ଦେଶର ୩୯ ୍ୟାଙ୍କ ପାଇବା ବହୁତ ଖୁସିର କଥା ବୋଲି କହିଛନ୍ତି ଗତ ୨୦୧୮ ବର୍ଷରେ ଏହି ଏକାଡ଼େମୀର ଛାତ୍ର ଜୁନେଦ ଅହମ୍ମଦ ଦେଶରେ ତୃତୀୟ ୍ୟାଙ୍କ ପାଇଥିଲେ

୧୦ ବର୍ଷରେ ୨୩୦ ଆଇଏଏସ୍ : ୨୦୧୦-୧୧ ବର୍ଷରୁ ୨୦୧୯ ୧୦ ବର୍ଷ ମଧ୍ୟରେ ଆରସିଏ ୨୩୦ ସିଭିଲ୍ ସର୍ଭିସ୍ଧାରୀଙ୍କୁ ସୃଷ୍ଟି କରିଛି ଯେଉଁ ୨୩୦ ଜଣ ଛାତ୍ରଙ୍କୁ ଏହି ଅନୁଷ୍ଠାନ ୟୁପିଏସ୍ସିରେ ସଫଳତା ଆଣି ଦେଲା ଏବଂ ସେମାନେ ସମସ୍ତେ ଆଇଏଏସ୍, ଆଇଏଫ୍ଏସ୍, ଆଇପିଏସ୍ ଆଦି ପଦବୀ ସମ୍ଭାଳିଛନ୍ତି ଅନ୍ୟ ୨୮୫ ଜଣ ମୋଧାବୀ ଛାତ୍ର ଏଠାରୁ କୋଚିଙ୍ଗ ନେଇ ଆରବିଆଇ (ଗ୍ରେଡ୍‌-) ଏପିଏଫ୍, ବ୍ୟାଙ୍କ ପିଓ, ପିସିଏସ୍ ଭଳି ବହୁତ ବଡ଼ ପଦବୀରେ ଅବସ୍ଥାପିତ ହୋଇଛନ୍ତି ଚଳିତବର୍ଷ ୧୪ଜଣ ଛାତ୍ର ଜାମ୍ମୁ କାଶ୍ମୀର ପିସିଏସ୍ରେ, ୨୪ଜଣ ୟୁପିଏସ୍ସିରେ ନିଯୁକ୍ତି ପାଇପାରିଛନ୍ତି ୨୦୧୦ରେ ସ୍ଥାପିତ ଏହି ସଂସ୍ଥା ୟୁପିଏସ୍ସି ଆଶାୟୀମାନଙ୍କ ପାଇଁ ଆବାସିକ ଶିକ୍ଷା ଦାନ, ୫୦୦ ଘଣ୍ଟାର କ୍ଲାସ, ଦଳଗତ ଆଲୋଚନା, ମକ୍ ସାକ୍ଷାତ୍କାର, ଟେଷ୍ଟ ସିରିଜ୍ ଆୟୋଜନ ଜରିଆରେ ପ୍ରସ୍ତୁତି କରାଇଥାଏ ଉତ୍ତର ପ୍ରଦେଶ ପବ୍ଲିକ ସର୍ଭିସ୍ କମିଶନ ପରୀକ୍ଷାରେ ଏବେ ଏହି ସଂସ୍ଥାର ୨୪ଜଣ ଛାତ୍ର ସଫଳତା ପାଇଥିବା ଆଉ ଏକ ସଦ୍ୟ ଉଦାହରଣ

07/08/2020

Leave a Reply

Your email address will not be published. Required fields are marked *

Comments