Bikash Khabar
ଏଡ଼ସ ରୋଗୀଙ୍କୁ ଘୃଣା କଲେ ମିଳିବ ଜେଲ ଓ ଜରିମାନା

ସେପ୍ଟେମ୍ବର ୧୦ ଠାରୁ କାର୍ଯ୍ୟକାରୀ ହେଉଛି ଏଚଆଇଭି ଏବଂ ଏଡ଼ସ ଆଇନ ୨୦୧୭ । ଫଳରେ ଏଣିକି ଏଚଆଇଭି ସଂକ୍ରମିତ ଲୋକଙ୍କ ପ୍ରତି ଭେଦଭାବ କିମ୍ବା ସେମାନଙ୍କ ପ୍ରତି ଘୃଣାର ପ୍ରସାର କଲେ ମିଳିବ ଦଣ୍ଡ । ତିନିମାସରୁ ୨ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡାଦେଶ ସହ ଏକ ଲକ୍ଷ ଟଙ୍କାର ଜରିମାନା ବ୍ୟବସ୍ଥା ଏହି ଆଇନରେ ରହିଛି ।
ଚିକିତ୍ସା, ନିଯୁକ୍ତି, ଶିକ୍ଷା, ସରକାରୀ ସୁବିଧା, ସମ୍ପତ୍ତି ଲାଭ ଅଧିକାର ଏବଂ ବୀମା ମଞ୍ଜୁରୀ ଭଳି ବିଭିନ୍ନ କ୍ଷେତ୍ରରେ ଏଚଆଇଭି ସଂକ୍ରମିତଙ୍କ ପ୍ରତି ପକ୍ଷପାତିତା ରୋକିବା ଉଦ୍ଦେଶ୍ୟରେ ଏଭଳି ଆଇନ ଅଣାଯାଇଥିଲା । ନରେନ୍ଦ୍ର ମୋଦି ନେତୃତ୍ୱାଧିନ ସରକାର ୨୦୧୭ ଏପ୍ରିଲ ୨୦ରେ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଦେଶରେ ଏଚଆଇଭି ଏଡ଼ସ ସଂକ୍ରମଣ ରୋକିବା ଦିଗରେ ମଧ୍ୟ ଏହି ଆଇନ କାର୍ଯ୍ୟ କରିବ । ବିଶ୍ୱରେ ଭାରତ ତୃତୀୟ ସର୍ବାଧିକ ଏଚଆଇଭି ସଂକ୍ରମିତ ଦେଶ ହୋଇଥିବାରୁ ଏହି ଆଇନ ଖୁବ ଗୁରୁତ୍ୱ ବହନ କରେ । 
 

12/09/2018

Leave a Reply

Your email address will not be published. Required fields are marked *

Comments