Bikash Khabar
ଖୋଲା ଶୌଚମୁକ୍ତ ହେଲା ଝାରଖଣ୍ଡ

ଝାରଖଣ୍ଡର ଛବି ଏବେ ବଦଳିବାରେ ଲାଗିଛି । ସଖି ମଣ୍ଡଳର ସଦସ୍ୟ, ରାଣି ମିସ୍ତ୍ରୀ ଏବଂ ଲୋକ ପ୍ରତିନିଧିଙ୍କ ସହଯୋଗରେ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଝାରଖଣ୍ଡ ବାହ୍ୟ ମଳମୁକ୍ତ ଜିଲ୍ଲା ଭାବେ ଖ୍ୟାତି ସାଉଁଟିଛି । ବିର୍ସା ମୁଣ୍ଡା ଜୟନ୍ତୀ ଏବଂ ଝାରଖଣ୍ଡର ୧୮ତମ ସ୍ଥାପନା ଦିବସ ଅବସରରେ ଝାରଖଣ୍ଡକୁ ଏଭଳି ମାନ୍ୟତା ଘୋଷଣା କରାଯାଇଛି ।

ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏ ଅବସରରେ ରାଂଚିର ମୋରାବାଦୀ ମୈଦାନ ଠାରେ ସାଧାରଣ ଜନଗଣଙ୍କୁ ସମ୍ଭୋଧିତ କରି କହିଥିଲେ ଯେ ଝାରଖଣ୍ଡର ଛବି ବଦଳୁଛି । ଗୋଟିଏ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ପରିବାର ନିକଟରେ ଶୌଚାଳୟ ନିର୍ମାଣ ସମ୍ଭବ ପର ହେବା ସହ ଖୋଲା ପଡ଼ିଆକୁ ମଳତ୍ୟାଗ ପାଇଁ ଆଉ ଜଣେ ବି ଯାଉନାହାନ୍ତି । ରାଜ୍ୟର ୪ଟି ଜିଲ୍ଲାର ପ୍ରତ୍ୟେକ ଘରେ ବିଜୁଳି ସଂଯୋଗ ହୋଇପାରିଥିବାବେଳେ ୨୦୧୮ ଡ଼ିସେମ୍ବର ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଘରେ ବିଜୁଳି ପହଂଚି ସାରିଥିବ । 
 

16/11/2018

Leave a Reply

Your email address will not be published. Required fields are marked *

Comments