Bikash Khabar
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭରତପୁର ଜଙ୍ଗଲ ସଫାରୀ

ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଭରତପୁର ଠାରେ ପର୍ଯ୍ୟଟକଙ୍କ ପାଇଁ ଜଙ୍ଗଲ ସଫାରୀର ଶୁଭାରମ୍ଭ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ।

ଚନ୍ଦକା ଡ଼ମପଡ଼ା ଅଭୟାରଣ୍ୟର ଦକ୍ଷିଣ ପୂର୍ବ ସୀମାରେ ଥିବା ଭରତପୁର ଜଙ୍ଗଲ ୨୦ ବର୍ଗ କିମି ଅଂଚଳ ଯାଏ ପରିବ୍ୟାପ୍ତ ହୋଇ ରହିଛି । ସମୃଦ୍ଧ ଜୈବ ବିବିଧତାରେ ଏହି ଅଂଚଳ ଭରପୁର । ହାତୀ ଓ ଚିତ୍ରିତ ହରିଣ ମାନଙ୍କ ନିଜ ଘର ଭାବେ ଏହା ବେଶ ପରିଚିତ । ବାରହା ଠାରୁ ଆରମ୍ଭ କରି ଜାତିଜାତିକା ପକ୍ଷୀ, ଜଙ୍ଗଲୀ ବିରାଡ଼ି, ନେଉଳ, ଗୁଣ୍ଡୁଚି ମୂଷା, ପ୍ରଜାପତି, ଝିଙ୍କ, ମୟୂର ଯାଏଁ ଛୋଟ ବଡ଼ ଜୀବଜନ୍ତୁଙ୍କୁ ଏଠାରେ ଦେଖିବାକୁ ମିଳିଥାଏ ।
ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ଅତି ପାଖରୁ ଖୋଲା ଗାଡ଼ିରେ ଦେଖିବାର ସୁଯୋଗ ସୃଷ୍ଟି କରାଯାଇଛି । ନାଲକୋ ଏବଂ ଏମସିଏଲ ୫ଟି ଖୋଲା ଗାଡ଼ି ଯୋଗାଇ ଦେଇଛନ୍ତି । ପ୍ରତି ଗାଡ଼ିରେ ୮ଟି ସିଟ୍ ରହିଛି । ୮ଟି ସିଟ୍ ପାଇଁ ଥରକେ ୨୦୦୦ ଟଙ୍କା ଭଡ଼ା ଧାର୍ଯ୍ୟ ହୋଇଛି । ଭୋର ୬ରୁ ୧୦ ମଧ୍ୟରେ ୨ ଟ୍ରିପ ଓ ୪ରୁ ୬ ମଧ୍ୟରେ ଗୋଟିଏ ଥରେ ସଫାରି ପରିଭ୍ରମଣ ସୁବିଧା ଯୋଗାଇ ଦିଆଯିବ । ଆଉ ଗୋଟିଏ ସପ୍ତାହ ମଧ୍ୟରେ ଅନଲାଇନ୍ ବୁକିଂ ଆରମ୍ଭ ହେବ । ଥରକେ ଜଣେ ଯାତ୍ରୀଙ୍କ ଠାରୁ ୨୫୦ ଟଙ୍କା ଦେୟ ଅସୁଲ କରାଯିବ ବୋଲି ଚନ୍ଦକା ଡ଼ିଏଫଓ କେଦାର ସ୍ୱାଇଁ ସୂଚନା ଦେଇଛନ୍ତି ।

08/03/2019

Leave a Reply

Your email address will not be published. Required fields are marked *

Comments