Bikash Khabar
ଜଷ୍ଟିସ ଅଜିତ ସିଂହ ହେଲେ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ

ଗୌହାଟୀ ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଅଜିତ ସିଂହଙ୍କୁ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟପାଳ ଗଣେଷୀ ଲାଲ ଲୋକାୟୁକ୍ତ ମନୋନୟନ କମିଟିର ସୁପାରିଶକୁ ଅନୁମୋଦନ କରିବା ପରେ ଜଷ୍ଟିସ ସିଂହ ନିଯୁକ୍ତି ପାଇଛନ୍ତି ।

ସେପ୍ଟେମ୍ବର ୬,୧୯୫୬ରେ ଜନ୍ମିତ ସିଂହ ଜବଲପୁର ହାଇକୋର୍ଟରେ ଓକିଲାତି ପେଷା ଆରମ୍ଭ କରିଥିଲେ । ୧, ଏପ୍ରିଲ ୨୦୦୨ରେ ମଧ୍ୟପ୍ରଦେଶ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ୨୦୧୫ ମାର୍ଚ୍ଚରେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଓ ୨୦୧୬ ମାର୍ଚ୍ଚରେ ଆସାମ ଗୌହାଟୀର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ଅଜିତ ସିଂହ । ୨୦୧୮ ସେପ୍ଟେମ୍ବର ୫ରେ ସେ ଅବସର ଗ୍ରହଣ କରିଥିଲେ । ଜାନୁଆରୀ ୧୬, ୨୦୧୫ରେ ଲୋକାୟୁକ୍ତ ବିଲ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା । ଓଡ଼ିଶା ସରକାର ରାଜ୍ୟରେ ଲୋକାୟୁକ୍ତ ବିଲକୁ ପାରିତ କରିଥିଲେ । ଫେବୃଆରୀ ୧୨,୨୦୧୯ରେ ଏହାର ଅଧ୍ୟକ୍ଷଙ୍କ ନାମ ମନୋନୟନ କରାଯାଇ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିଲା । ଚଳିତ ମାସରେ ଏହାର ପାଂଚ ଜଣ ସଦସ୍ୟଙ୍କ ନାମ ଚୂଡ଼ାନ୍ତ କରାଯିବ । ମାର୍ଚ୍ଚ ୩୧ ସୁଦ୍ଧା ଏହା ସରିବ । ଏପ୍ରିଲ ୮ ତାରିଖ ଠାରୁ ଲୋକାୟୁକ୍ତ ଆୟୋଗ କାର୍ଯ୍ୟକାରୀ ହେବ ବୋଲି ରାଜ୍ୟସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି ।

03/03/2019

Leave a Reply

Your email address will not be published. Required fields are marked *

Comments