Bikash Khabar
୨୦୧୮ ଶେଷ ଦିନରେ ହେବ କାଳିଆ ଯୋଜନାର ଶୁଭାରମ୍ଭ

୨୦୧୭ ପଂଚାୟତ ନିର୍ବାଚନରେ ଗ୍ରାମାଂଚଳ ଭୋଟରଙ୍କ ଦ୍ୱାରା ଏକ ପ୍ରକାର ଅଣଦେଖା ହୋଇଥିବା ଶାସକ ବିଜେଡ଼ି ୨୦୧୮ ବର୍ଷ ସାରା ଦଳର ପ୍ରଚାର ପ୍ରସାର କରାଇବାରେ ଆଗୁଆ ରହିଛି । ବିଜେପୁର ଉପନିର୍ବାଚନ ଠାରୁ ମୟୂରଭଞ୍ଜର ବିଜାତଳା ଉପନିର୍ବାଚନ ଯାଏ ବିଜେଡ଼ି ନୁଆ ନୁଆ ପ୍ରତିଶ୍ରୃତି ଦେଇ ଭୋଟରଙ୍କ ମନ କିଣିଛି । ଏହି ସବୁ ନିର୍ବାଚନୀ ପ୍ରତିଶ୍ରୃତି କେତେ ପାଳନ କରିଛି ତାହା ତ ଭିନ୍ନ କଥା କିନ୍ତୁ ଭୋଟର ବିଜେଡ଼ି ମୁଣ୍ଡରେ ସିରପା ଭିଡ଼ିଛନ୍ତି । ଏବେ ୨୦୧୮ ବିଦାୟ ନେଉଥିବାବେଳେ ମୁଖ୍ୟମନ୍ତ୍ରୀ ଶେଷ ଦିନରେ ଡ଼ିସେମ୍ବର ୩୧ରେ ଶୁଭାରମ୍ଭ କରିବାକୁ ଯାଉଛନ୍ତି କାଳିଆ ଯୋଜନା । ସଚିବାଳୟରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ବ୍ଲକର ଚାଷୀମାନଙ୍କୁ ଏହି ଯୋଜନାର ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ।

ଏହି ଯୋଜନା ଦ୍ୱାରା ୩୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରକୁ ୨୦୧୮ରୁ ୨୦୨୧-୨୨ ପର୍ଯ୍ୟନ୍ତ ତିନିବର୍ଷ ଧରି ୫ ଗୋଟି ଫସଲ ଋତୁ ପାଇଁ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଭୂମିହୀନ ଚାଷୀ ପରିବାରକୁ ଆର୍ଥିକ ସହାୟତା ସହ ବୀମା ସୁରକ୍ଷା ଓ ବିନା ସୁଧରେ ଋଣ ଯୋଗାଇ ଦିଆଯିବ । ତେବେ ହିତାଧିକାରୀ ସଂଖ୍ୟାକୁ ନେଇ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସଚିବଙ୍କ ବୟାନରେ ତାଳମେଳ ନଥିବାରୁ ଆରମ୍ଭରୁ ଏହା ବିବାଦୀୟ ହୋଇପଡ଼ିଛି । 
 

31/12/2018

Leave a Reply

Your email address will not be published. Required fields are marked *

Comments