Bikash Khabar
ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟା କମଳା ପୂଜାରୀ ଅସୁସ୍ଥ, ଅଣ୍ଟା ଓ ଛାତିରେ ଯନ୍ତ୍ରଣା, ସପ୍ତାହକ ତଳେ ପଡ଼ିଯାଇଥିଲେ ଘରେ

 କୋରାପୁଟ,ମେ ୧୨ : ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟା କମଳାପୂଜାରୀ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ଆଜି କୋରାପୁଟସ୍ଥିତ ଶହୀଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେ ଅଣ୍ଟା ଓ ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ସପ୍ତାହକ ତଳେ କମଳା ନିଜ ନବ ନିର୍ମିତ ବାସଭବନରେ ପଡ଼ି ଯାଇଥିଲେ ।

ସୂଚନା ଯୋଗ୍ୟ ଯେ, କୋରାପୁଟ ଜିଲ୍ଲାର ଆଦିବାସୀ ମହିଳା କମଳା ପୂଜାରୀ ପାରମ୍ପରିକ ବିହନ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ନାମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରୀନିବାସ ନାମିତ ହୋଇଥିବାବେଳେ ନିକଟରେ ରାଜ୍ୟ ସରକାର ତାଙ୍କୁ ଯୋଜନା ବୋର୍ଡ଼ର ସଦସ୍ୟ ଭାବେ ମନୋନୀତ କରିଥିଲେ । କମଳାଙ୍କ ପାଖରେ ଘର ଖଣ୍ଡିଏ ନଥିବା ଚର୍ଚ୍ଚା ହେବା ପରେ ରାଜ୍ୟ ସରକାର ମାସେ ଭିତରେ ଘରଟିଏ ତିଆରି କରି କମଳାଙ୍କୁ ଦେଇଥିଲେ । 

12/05/2018

Leave a Reply

Your email address will not be published. Required fields are marked *

Comments