Bikash Khabar
୪୦ ବର୍ଷ ପରେ କନ୍ଦଳେଇ ଦେଖିଲା ଆଲୁଅ, ବିଜୁଳି ସଂଚୟ ଓ ଜୀବନ ସୁରକ୍ଷା ପାଇଁ ତାଲିମ ନେଲେ ଗ୍ରାମବାସୀ

୪୦ ବର୍ଷର ଅପେକ୍ଷା ପରେ କନ୍ଦଳେଇ ଦେଖିଲା ଆଲୁଅ । ଗାଁରେ ବିଜୁଳି ବତୀର ଆଲୁଅ ସହିତ ଗ୍ରାମବାସୀଙ୍କ ଖୁସି କିଭଳି ଅତୁଟ ରହିବ ସେ ଦିଗରେ ନୁଆଦିଲ୍ଲୀର ଏକ ସାମାଜିକ ସଂଗଠନ ଆଶ୍ରା ବଢାଇଛି ସହଯୋଗର ହାତ । ଆଶ୍ରା ପକ୍ଷରୁ କନ୍ଦଳେଇ ଆଦିବାସୀ ପଲ୍ଲୀରେ ବିଜୁଳି ସଂଯୋଗ ପରବର୍ତି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଶ୍ରାର ସାଧନ କର୍ମୀମାନେ ଗାଁରେ ପହଂଚି ବିଜୁଳି ଶକ୍ତିର ସଂଚୟ, ସଂରକ୍ଷଣ, ଉଚିତ ବ୍ୟବହାର ସହିତ ସତର୍କତା ମୂଳକ ପଦକ୍ଷେପ ଗୁଡ଼ିକ ବାବଦରେ ସୂଚାଇଥିଲେ ।

ବିଜୁଳି ଜନିତ ଦୁର୍ଘଟଣା ଗୁଡ଼ିକୁ ଆଲୋଚନା କରାଯିବା ସହ ଏହାର ପରିଚାଳନା ଓ ଗ୍ରାମବାସୀଙ୍କ ଦାୟିତ୍ୱ କିଭଳି ରହିବ ବିଷଦ ଭାବରେ ଆଲୋକପାତ କରାଯାଇଥିଲା । କରେଂଟ ମାରିଲେ ପ୍ରାଥମିକ ଉପଚାର ଗୁଡ଼ିକ ସମ୍ପର୍କରେ ବୁଝାଇ ଦିଆଯାଇଥିଲା । ବିଦ୍ୟୁତ ସଂଚୟର ବିଭିନ୍ନ ଦିଗ ଗୁଡ଼ିକ ଜାଣି ଆମେ ଏହାକୁ କାମରେ ଲଗାଇବୁ ବୋଲି ଗ୍ରାମବାସୀମାନେ ଶପଥ ନେଇଥିଲେ । ଇଂ ବାସୁଦେବ ମିଶ୍ର ବିଦ୍ୟୁତର ସୁରକ୍ଷିତ ବ୍ୟବହାର ବାବଦରେ ଆଲୋଚନା କରିଥିଲେ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ସଂଚାଳନାରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ପ୍ରଦୀପ ରଞ୍ଜନ ରାଉତରାୟ ସ୍ଥାନୀୟ ଶିକ୍ଷକ ପବିତ୍ର ମୋହନ ନାୟକ, ମାନସ ବେହେରା, ପ୍ରିୟବ୍ରତ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

26/03/2019

Leave a Reply

Your email address will not be published. Required fields are marked *

Comments