Bikash Khabar
ସ୍ୱଚ୍ଛ ଭାରତରେ କନ୍ଧମାଳ ପାଇଲା ଜାତୀୟ ପୁରସ୍କାର

ସ୍ୱଚ୍ଛ ଭାରତ ମିଶନ ଯୋଜନାରେ କନ୍ଧମାଳ ଜିଲ୍ଲା ପୁରସ୍କୃତ ହୋଇଛି । ସ୍ୱଚ୍ଛତା ଓ ଶୌଚାଳୟ ପାଇଁ ସଚେତନତା ବାର୍ତ୍ତା ପ୍ରତିଯୋଗିତାରେ ଦେଶରେ ପ୍ରଥମ ୧୦ଟି ଜିଲ୍ଲା ମଧ୍ୟରେ ସ୍ଥାନ ପାଇଛି କନ୍ଧମାଳ ଜିଲ୍ଲା । ବିଶ୍ୱ ଟଏଲେଟ ଦିବସ ଅବସରରେ ସ୍ୱଚ୍ଛତା ଓ ପାଇଖାନା ବ୍ୟବହାରର ବାର୍ତ୍ତା ନେଇ ସାରା ଦେଶରେ ଜିଲ୍ଲା ସ୍ତରରେ ପ୍ରତିଯୋଗୀତାମାନ ଆୟୋଜନ ହୋଇଥିଲା । ଗତ ବର୍ଷ ନଭେମ୍ବର ୯ ତାରିଖଠାରୁ ୧୯ ତାରିଖ ଯାଏ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ପଦଯାତ୍ରା, ଶୋଭାଯାତ୍ରା, ମହମବତୀ ଶୋଭାଯାତ୍ରା, ପ୍ରଦୀପ ପ୍ରଜ୍ଜ୍ୱଳନ, ମାରାଥନ ସମେତ ଗାଁରେ ପହଂଚି କ୍ୟାମ୍ପ ଫାୟାର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲୋକଙ୍କୁ ସଚେତନ କରାଇଥିଲେ । ଦେଶର ୨୫ଟି ରାଜ୍ୟର ୪୧୨ ଜିଲ୍ଲା ଏହି ପ୍ରତିଯୋଗୀତାରେ ଭାଗ ନେଇଥିବାବେଳେ ୧୨ଟି ଜିଲ୍ଲାକୁ ଶ୍ରେଷ୍ଠ ୧୦ ଜିଲ୍ଲା ପୁରସ୍କାର ପାଇଁ ମନୋନୟନ କରାଯାଇଛି । ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛଭାରତକୁ ଜନଆନ୍ଦୋଳନରେ ପରିଣତ ପାଇଁ ଏହି ପ୍ରୟାସ ନିଆଯାଇଥିଲା । ଦେଶର ଶ୍ରେଷ୍ଠ ୩୦ ଜିଲ୍ଲା ମଧ୍ୟରେ ଝାରସୁଗୁଡ଼ା, ଖୋର୍ଦ୍ଧା ଓ ମୟୂରଭଞ୍ଜ ସ୍ଥାନ ପାଇଛି । ତେବେ ରାଜ୍ୟର ପ୍ରଥମ ଓଡ଼ିଏଫ ଜିଲ୍ଲା ଦେବଗଡ଼ ଓ ସମ୍ବଲପୁର ଏଥିରେ ସ୍ଥାନ ପାଇ ପାରିନଥିବା ଜଣାଯାଇଛି । 

 

05/01/2019

Leave a Reply

Your email address will not be published. Required fields are marked *

Comments