Bikash Khabar
ବାଘ ବଂଶ ବୃଦ୍ଧି ଯୋଜନାକୁ ବାଧା, ସାତକୋଶିଆରେ ବଂଚି ପାରିଲାନି ମହାବଳ କାହ୍ନା

ସାତକୋଶିଆ ଅଭୟାରଣ୍ୟରେ ବଂଶ ବୃଦ୍ଧି ପାଇଁ ଛଡ଼ା ଯାଇଥିବା ମହାବଳ କାହ୍ନାର ମୃତ୍ୟୁ ଘଟିଛି । ୪ ମାସ ତଳେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଆସିଥିବା ଏହି ମହାବଳର କେଉଁ କାରଣରୁ ମୃତ୍ୟୁ ହୋଇଛି ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ବାଘକୁ ଶୀକାର କରାଯାଇଛି ନା ଅନ୍ୟ କାରଣ ରହିଛି ତାହା ଗୁରୁବାର ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ।

ମହାବଳ କାହ୍ନାର ମୃତ୍ୟୁ ଘଟଣା ସାତକୋଶିଆରେ ମହାବଳ ବଂଶ ବୃଦ୍ଧି ଯୋଜନା ପ୍ରତି ଏକ ଶକ୍ତ ଆଘାତ । ସୂଚନା ଯୋଗ୍ୟ ଯେ, ସାତକୋଶିଆ ଅଭୟାରଣ୍ୟରେ ଏବେ କେବଳ ଗୋଟିଏ ବୁଢୀ ବାଘୁଣୀ ରହିଛି । ବାଘ ସଂଖ୍ୟା ବୃଦ୍ଧି କରିବାକୁ ସରକାର ୭ଟି ବାଘ ଆଣି ଏଠାରେ ଛାଡ଼ିବାକୁ ଯୋଜନା କରିଥିଲେ । ପ୍ରଥମ ପର୍ଯ୍ୟାୟରେ କାହ୍ନା ଓ ପରେ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା । ସୁନ୍ଦରୀ ମଣିଷ ଖିଆ ଭାବେ ଆତଙ୍କ ଖେଳାଇ ଏବେ ଏନକ୍ଲୋଜରରେ ରହିଥିବାବେଳେ କାହ୍ନାର ଜୀବନ ଯାଇଛି । ତେଣେ ପୁଣି ସାତକୋଶିଆ ଅଭୟାରଣ୍ୟ ଭିତରେ ଏକାକୀ ହୋଇଯାଇଛି ବୁଢୀ ବାଘୁଣୀ । 
 

15/11/2018

Leave a Reply

Your email address will not be published. Required fields are marked *

Comments