Bikash Khabar
କୋରାପୁଟର ଶିକ୍ଷକ ଓମ୍ ପ୍ରକାଶ ପାଇଲେ ଜାତୀୟ ପୁରସ୍କାର

ଗୁରୁଦିବସ ଅବସରରେ କୋରାପୁଟ ଜିଲ୍ଲା ଜୟପୁର ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଓମପ୍ରକାଶ ମିଶ୍ରଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ରସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଉପରାଷ୍ଟ୍ରପତି ନାଇଡ଼ୁ ଶିକ୍ଷକ ଓମପ୍ରକାଶଙ୍କୁ ମାନପତ୍ର, ରୌପ୍ୟପଦକ ଏବଂ ୫୦ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରିଛନ୍ତି ।
ଓଡ଼ିଶାରୁ ଏକମାତ୍ର ଶିକ୍ଷକ ଭାବେ ଏହି ଜାତୀୟ ପୁରସ୍କାର ପାଇଥିବା ଓମ୍ ପ୍ରକାଶ କୋରାପୁଟ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଇଟରେ ଶିକ୍ଷକ ମିଶ୍ରଙ୍କ ଛାତ୍ର ବତ୍ସଳତା ଓ ପିଲାଙ୍କୁ ବିଜ୍ଞାନ ଶିକ୍ଷା ଦେବା ପ୍ରଣାଳୀକୁ ପ୍ରଶଂସା କରିଛନ୍ତି । ଓମ୍ ପ୍ରକାଶ ୨୦୧୫ରେ କୋରାପୁଟ ଜିଲ୍ଲା ଓ ୨୦୧୬ରେ ରାଜ୍ୟସ୍ତରରୁ ଶ୍ରେଷ୍ଠ ଶିକ୍ଷକ ଭାବେ ସମ୍ମାନୀତ ହୋଇଛନ୍ତି । ଗୁରୁଦିବସ ଅବସରରେ ସମ୍ବର୍ଦ୍ଧିତ ହେବା ପାଇଁ ଦିଲ୍ଲୀ ଯାଇଥିବା ଅବସରରେ ଶିକ୍ଷକ ମିଶ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର ସୁଯୋଗ ପାଇଥିଲେ । 
 

06/09/2018

Leave a Reply

Your email address will not be published. Required fields are marked *

Comments