Bikash Khabar
ଫସଲ ସୁରକ୍ଷା ପାଇଁ କର୍ଣ୍ଣାଟକ ଚାଷୀଙ୍କ ଅଭିନବ ପ୍ରୟାସ,କୁକୁର ଭୁକିବା ଶବ୍ଦକୁ ବଜାଇ ତଡୁଛନ୍ତି ଗାଈ ଗୋରୁ

ଫସଲକୁ ସୁରକ୍ଷା ଦେବାପାଇଁ ବହୁ ପୂର୍ବରୁ  ଚାଷୀମାନେ ବିଭିନ୍ନ ପଦ୍ଧତି ଆପଣେଇଥାନ୍ତି କେଉଁଠି ଖେତ ରେ ପାଲଭୁତ ଠିଆ କରିଦିଆଯାଇ ଥାଏ କେଉଁଠି କ୍ଷେତରେ ହଳଦିଆ ଅଠା ହାଣ୍ଡି ଭଳି ନୂଆ ଉପାୟରେ କୀଟ ଦମନ କରାଯାଏ। ଫସଲକୁ ବନ୍ୟପ୍ରାଣୀ ଏବଂ ଅନ୍ୟ ବୁଲା ପ୍ରାଣୀଙ୍କଠାରୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନେ ନାନା ପ୍ରକାର ଉପାୟ ଗ୍ରହଣ କରିଥାନ୍ତି। ତେବେ ବହୁ ସମୟରେ ସେ ସବୁ ଅସଫଳ ରହିଥାଏ। ତେବେ କର୍ନାଟକର ସୋରାବା ଅଞ୍ଚଳ ଚାଷୀ କମ୍ଖର୍ଚ୍ଚରେ ନିଜ ଫସଲକୁ ସହଜରେ ସୁରକ୍ଷା ଦେଇପାରୁଛନ୍ତି। ସେମାନେ ନିଜର ସ୍ବର ସହିତ କୁକୁରଙ୍କ ଭୁକିବା ଶବ୍ଦକୁ ରେକର୍ଡିଂ କରି ସାଉଣ୍ଡ ବକ୍ସ୍ଦ୍ୱାରା ରାତିରେ ଚାଷ ଜମି ନିକଟରେ ବଜାଉଛନ୍ତି। ଏହାଦ୍ୱାରା ବନ୍ୟ ତଥା ବୁଲା ପ୍ରାଣୀ ଜମିରେ ପଶୁ ନାହାଁନ୍ତି। ଏଠାକାର ଚାଷୀଙ୍କ ଏଭଳି ନିଆରା ପ୍ରୟୋଗକୁ ଅନ୍ୟ ଅଞ୍ଚଳର ଚାଷୀମାନେ ଗ୍ରହଣ କରିବାକୁ ଇଛା ପ୍ରକାଶ କରୁଛନ୍ତି। ବିନା ଜଗାରଖା ରେ ଚାଷୀ ମାନେ ଏଭଳି ଉଦ୍ୟମ କରି ସଫଳ ହୋଇଥିବା ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି

 

19/11/2019

Leave a Reply

Your email address will not be published. Required fields are marked *

Comments