Bikash Khabar
କର୍ଣ୍ଣାଟକରେ ଆରମ୍ଭ ହେଲା ଅନ୍ ଲାଇନ ଜମି ବାଡ଼ି କିଣାବିକା

କର୍ଣ୍ଣାଟକରେ ଜମିବାଡ଼ି କିଣାବିକା ବ୍ୟବସ୍ଥାକୁ ସରଳ କରାଯାଇଛି । ସମ୍ପତ୍ତି କିଣାବିକା ତଥା ଲିଜ୍ ଚୁକ୍ତି କରିବା ପାଇଁ ନାଗରିକମାନଙ୍କୁ ଆଉ ସବରେଜିଷ୍ଟ୍ରର ଅଫିସ ଯିବା ଦରକାର ପଡ଼ିବ ନାହିଁ । ସମ୍ପତ୍ତି ମୂଲ୍ୟ ଜାଣିବା ପାଇଁ ପ୍ରାମାଣିକ ଦଲିଲ ଆଧାରରେ ସେମାନେ ସମ୍ପତ୍ତିର ଆକଳନ କରିପାରିବେ । ସମ୍ପତ୍ତି ମୂଲ୍ୟ ଉଲ୍ଲେଖ ଥିବା ହାର୍ଡ଼ କପି ସଂଗ୍ରହ କରି ସେମାନେ ମୂଲ୍ୟ ଆକଳନ କରିପାରିବେ ଓ ସମ୍ପତ୍ତି କିଣାବିକା ଓ ବିବାହ ପଞ୍ଜିକରଣ ସଂପର୍କିତ ସେବା ସଂପର୍କିତ କାବେରି ଅନ୍ ଲାଇନ ସେବାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି ।

୯ଟି ବିଭିନ୍ନ ପ୍ରକାର ସେବା ଏହି ନୂଆ ପୋର୍ଟାଲରେ ଉପଲବ୍ଧ । ଏହାକୁ କ୍ଲିକ୍ କରି ସମ୍ପତ୍ତିର ମୂଲ୍ୟ ଆକଳନ ଏବଂ ଷ୍ଟାମ୍ପଡ଼୍ୟୁଟି କାଲକୁଲେସନ, ଇ-ଷ୍ଟାମ୍ପପେପର, ସବରେଜିଷ୍ଟର ଅଫିସ ଲୋକେଟର ଆଦି ସେବା ପାଇ ହେବ ବୋଲି ରାଜସ୍ୱ ବିଭାଗର ଜଣେ ଅଧିକାରୀ ସୂଚାଇଛନ୍ତି । 
 

12/11/2018

Leave a Reply

Your email address will not be published. Required fields are marked *

Comments