Bikash Khabar
କରୋନା ମୁକାବିଲା : ନିଜ ୪ ବର୍ଷର ସଞ୍ଚିତ ଅର୍ଥ ଦାନ କଲେ ୧୦ ବର୍ଷର ଝିଅ

କରୋନା ପରି ମହାମାରୀ ବିରୋଧରେ ସମଗ୍ର ବିଶ୍ୱ ସଂଗ୍ରାମ ଜାରି ରଖିଥିବା ବେଳେ ବହୁ ଲୋକ ଆଖି ବୁଜି ସାରିଲେଣି ଏପରି ସ୍ଥିତି ଜଣେ ୧୦ ବର୍ଷର କୁନି ଝିଅକୁ ବିଚଳିତ କରିଦେଇଥିବା ବେଳେ ଏଥିନିମନ୍ତେ ନିଜ ସଞ୍ଚିତ ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହାରଣ ସାଜିଛନ୍ତି। ଗଞ୍ଜାମ ଧରାକୋଟ ଅଞ୍ଚଳରେ ରହୁଥିବା ୧୦ ବର୍ଷର ଝିଅ ଅସମାନ ପ୍ରଧାନ ଗତ ବର୍ଷ ଧରି ନିଜ କୁମ୍ପିରେ ସଞ୍ଚୟ କରି ରଖିଥିବା ଟଙ୍କାକୁ ଧରାକୋଟ ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି। କରୋନା ପରି ମହାମାରୀର ମୁକାବିଲା ନିମନ୍ତେ ସେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏହି ଟଙ୍କା ଦାନ କରିଛନ୍ତି। ନିଜ ସଞ୍ଜିତ ସମସ୍ତ ଅର୍ଥ ସରି ଯାଇଥିଲେ ବି ଏହା ଏକ ମହତ କାମରେ ବିନିଯୋଗ ହେବ ଭାବି ଖୁବ୍ଖୁସି ଗର୍ବିତ ଅନୁଭବ କରିଥିବା କହିଛନ୍ତି ଅସମାନ। ଦୀର୍ଘ ବର୍ଷ ହେଲା ନିଜ କୁମ୍ପିରେ ରଖିଥିବା ଅର୍ଥ ଦାନ କରିବାକୁ ସେ ପ୍ରଥମେ ମାଙ୍କୁ ପ୍ରସ୍ତାବ ଦେଇଥିଲେ ନିଜ କୁନି ଝିଅର ଏପରି ଭାବନା ବିଷୟରେ ଜାଣି ପ୍ରଥମେ ତାଙ୍କ ମା' ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବି ପୂରା ପରିବାର ତାଙ୍କୁ ସମର୍ଥ କରିଥିଲେ। ସେମାନେ ମଧ୍ୟ ଝିଅର ଏପରି ପଦକ୍ଷେପ ଲାଗି ଖୁବ୍ଗର୍ବିତ ଅନୁଭବ କରୁଥିବା ବେଳେ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଆହ୍ୱାନ ଦେଇଛନ୍ତି। ଏହାପରେ ପୁରା ପରିବାର ଯାଇ ଧରାକୋଟ ବିଡିଓଙ୍କୁ ଏକ ଚେକ୍ ସହ ସାନିଟାଇଜର ମାସ୍କ ପ୍ରଦାନ କରିଥିଲେ

21/05/2020

Leave a Reply

Your email address will not be published. Required fields are marked *

Comments