Bikash Khabar
ଜାଣନ୍ତୁ ନିଜର ଅଧିକାର, ପେଟ୍ରୋଲ ପମ୍ପରୁ ମିଳୁଛି ୬ ପ୍ରକାର ମାଗଣା ସେବା

 ଯଦି ଆପଣ ଗାଡ଼ିରେ ତେଲ ଭରିବା ପାଇଁ ପେଟ୍ରୋଲ ପମ୍ପ ଯାଉଛନ୍ତି ଓ ଗାଡ଼ି ଚକରେ କମ୍ ପବନ ଅଛି ତେବେ ପେଟ୍ରୋଲ ପମ୍ପରେ ହିଁ ପବନ ଚେକ୍ କରି ଭରି କରନ୍ତୁ । କାରଣ ଚକରେ ପବନ ଭରିବା ପାଇଁ ପେଟ୍ରୋଲ ପମ୍ପରେ ମାଗଣା ସେବା ଉପଲବ୍ଧ ରହିଛି । କେବଳ ଏତିକି ନୁହେଁ ୬ ପ୍ରକାର ସେବା ମଧ୍ୟ ଆପଣ ନିଃଶୁଳ୍କ ଭାବେ ପେଟ୍ରୋଲ ପମ୍ପରେ ପାଇପାରିବେ ।

 ପେଟ୍ରୋଲର ଗୁଣବତ୍ତା ଓ ପରିମାଣ ଯାଂଚ ପାଇଁ କହିପାରିବେ । ପ୍ରାଥମିକ ଚିକିତ୍ସା କରାଇପାରିବେ । ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ଫାଷ୍ଟଏଡ଼ ବାକ୍ସ ଉପଲବ୍ଧ ରହିଛି । ଯଦି ଜରୁରୀ ଫୋନ କରିବାର ଅଛି ଏବଂ ଆପଣଙ୍କ ଫୋନ ପାଖରେ ନାହିଁ ତେବେ ଆପଣ ପେଟ୍ରୋଲ ପମ୍ପର ଫୋନରେ ନିଃଶୁଳ୍କ କଥାବାର୍ତ୍ତା ହୋଇପାରିବେ । ମାଗଣାରେ ପିଇବା ପାଣି ଯୋଗାଇ ଦେବା ପେଟ୍ରୋଲ ପମ୍ପର ଆଉ ଏକ ଦାୟିତ୍ୱ । ଶୌଚାଳୟ ସୁବିଧା ମଧ୍ୟ ଉପଲବ୍ଧ । 

26/07/2018

Leave a Reply

Your email address will not be published. Required fields are marked *

Comments