Bikash Khabar
ରେଡ଼ିଓ ଶୁଣି ଆସିଥିଲା ବୁକ୍ ମାଇଁ ସୋ ଆରମ୍ଭ କରିବାର ଭାବନା, ଏବେ ହଜାରେ କୋଟି ଟଙ୍କାରେ ପହଞ୍ଚିଛି କମ୍ପାନୀ

ବୁକ୍ ମାଇଁ ସୋ ହେଉଛି ଦେଶର ସବୁଠୁ ସଫଳ ଅନଲାଇନ ଟିକେଟ ବୁକିଂ କମ୍ପାନୀ । ଆଜିର ତାରିଖରେ ଏହାର ୧୬ ଲକ୍ଷରୁ ଅଧିକ ବ୍ୟବହାରକାରୀ ଅଛନ୍ତି ଏବଂ ଏହା ଚାରୋଟି ଦେଶରେ ଲୋକପ୍ରିୟ ହୋଇପାରିଛି ।
ଆମ ଦେଶରେ ସିନେମା ଟିକେଟ ବୁକିଂର ବଜାର ଆଦି ରୋଚକ ଓ ରୋମାଂଚକର ମୋଡ଼ରେ । ବାର୍ଷିକ ଦେଢ ହଜାର କୋଟି ଟଙ୍କାର ବ୍ୟବସାୟ ଏହାଦ୍ୱାରା ହୋଇଥାଏ । ବୁକ୍ ମାଇଁ ସୋ ଅନଲାଇନ ଏଣ୍ଟରଟେଇନମେଣ୍ଟ ଟିକେଟିଂ କ୍ଷେତ୍ରରେ ୭୦ ପ୍ରତିଶତରୁ ଅଧିକ ମାର୍କେଟ ସେୟାର ହାସଲ କରିଛି । କମ୍ପାନୀର ଦାବୀ ହେଉଛି ଆଜି ପର୍ଯ୍ୟନ୍ତ ଏହାର ଆପ ୩୦ ଲକ୍ଷରୁ ଅଧିକ ଥର ଡ଼ାଉନଲୋଡ଼ କରାଯାଇଛି । ପ୍ରତ୍ୟେକ ମାସରେ ଏହି ଆପସ ଜରିଆରେ ୧୦ ଲକ୍ଷରୁ ଅଧିକ ଟିକେଟ ବୁକ୍ କରାଯାଉଛି । ପ୍ରତି ମାସରେ ତିନି କୋଟିରୁ ଅଧିକ ଲୋକ ବୁକ୍ ମାଇଁ ସୋର ପୃଷ୍ଠା ଦେଖନ୍ତି । ବୁକ୍ ମାଇଁ ସୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେମରାଜାନୀ କହନ୍ତି ୨୦୦୦ ମସିହାରେ ଦକ୍ଷିଣ ଆଫ୍ରିକା ଯାଇଥିବାବେଳେ କିଛି ଲୋକ ଗଛ ତଳେ ବସି ରେଡ଼ିଓ ଶୁଣୁଥିବା ଦେଖିଲି । ଅନଲାଇନରେ ମଧ୍ୟ ଟିକେଟ କିଣାଯାଇପାରିବ ରେଡ଼ିଓରୁ  ଶୁଣି ଏପରି ଏକ ଆଇଡ଼ିଆକୁ ଭାରତରେ କାର୍ଯ୍ୟକାରୀ କରିବା ଚିନ୍ତା ମନକୁ ଆସିଥିଲା ବୋଲି ସେ କହନ୍ତି । 
 

24/09/2018

Leave a Reply

Your email address will not be published. Required fields are marked *

Comments