Bikash Khabar
ବର୍ଷକୁ ମାତ୍ର ୨୫୦ ଟଙ୍କା ଜମା କରି ସୁରକ୍ଷିତ ରଖନ୍ତୁ ଆପଣଙ୍କ କନ୍ୟାର ଭବିଷ୍ୟତ, ଜାଣନ୍ତୁ କିପରି

  କେନ୍ଦ୍ରସରକାର ୨୦୧୫ରୁ ଆରମ୍ଭ କରିଛନ୍ତି ସୁକନ୍ୟା ସମୃଦ୍ଧି ଯୋଜନା । କନ୍ୟା ସନ୍ତାନଙ୍କ ଭବିଷ୍ୟତ ସୁରକ୍ଷା ଏହି ଯୋଜନାର ଆଭିମୁଖ୍ୟ । ଛୋଟ ଛୋଟ ଶିଶୁଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଏକ କ୍ଷୁଦ୍ର ସଂଚୟ ଯୋଜନା । ଏହାର ପ୍ରିମିୟମ ଦେୟ ପ୍ରଥମେ ବାର୍ଷିକ ହଜାରେ ଟଙ୍କା ଥିଲା । ଏବେ ଏହା ୨୫୦ ଟଙ୍କାକୁ ଖସିଆସିଛି । ଶିଶୁର ନାମରେ ତାଙ୍କର ପିତା ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲିପାରିବେ । ଜଣେ ପିତା ଅତି ବେଶିରେ ନିଜର ଦୁଇ କନ୍ୟାଙ୍କ ପାଇଁ ଅଲଗା ଅଲଗା ଦୁଇଟି ଖାତା ଖୋଲିପାରିବେ । ଏହି ଜମା ଖାତା ଉପରେ ୮.୧ ପ୍ରତିଶତ ସୁଧ ପ୍ରଦାନ କରାଯାଇଥାଏ । ଖାତା ଖୋଲିବା ଦିନଠାରୁ ୨୧ ବର୍ଷ ପର୍ଯ୍ୟନ୍ତ ଏହା ଖୋଲାଯାଇଥାଏ । ୨୧ ବର୍ଷ ପରେ କିମ୍ବା ତା ପୂର୍ବରୁ ଝିଅର ବାହାଘର ହେଲେ ଆକାଉଣ୍ଟରୁ ଟଙ୍କା ଉଠାଯାଇପାରିବ । ଏହି ଜମା ଖାତା ପୋଷ୍ଟ ଅଫିସରେ ଖୋଲାଯାଇପାରିବ । ତା ସହ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କରେ ମଧ୍ୟ ଏହି ଯୋଜନାରେ ଖାତା ଖୋଲାଯାଇପାରିବ । ଶିକ୍ଷା ଓ ବିବାହ ପାଇଁ ୨୧ ବର୍ଷ ପୂର୍ବରୁ ଖାତାରୁ ଟଙ୍କା ଉଠାଇ ହେବ । ଏଥିରୁ ମିଳୁଥିବା ଟଙ୍କା ଉପରେ କୌଣସି ଟିକସ ଆଦାୟ କରାଯାଇନଥାଏ । ଜୁଲାଇ ୨୩,୨୦୧୮ ଠାରୁ ସର୍ବନିମ୍ନ ଜମା ୨୫୦ ଟଙ୍କା କରାଯାଉଛି । 

13/08/2018

Leave a Reply

Your email address will not be published. Required fields are marked *

Comments