Bikash Khabar
ବିକାଶ ରାସ୍ତାରେ କୋଟିଆ

ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଚାଲିଥିବା ଟଣାଓଟରାରେ ଦଳି ହୋଇଯାଇଥିଲା ସୀମାନ୍ତ କୋଟିଆର ବିକାଶ । ଓଡ଼ିଶା ସରକାର ବିଳମ୍ବରେ ହେଲେ ମଧ୍ୟ କୋଟିଆ ବିକାଶ ପାଇଁ ସହଯୋଗର ହାତ ବଢାଇବା ପରେ ବାରି ହୋଇଛି ପରିବର୍ତ୍ତନ । ୩ ଏକର ଜମି ଚିହ୍ନଟ ହୋଇ ୧୦ ଶର୍ଯ୍ୟା ବିଶିଷ୍ଟ ମେଡ଼ିକାଲ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଯଦିଓ କୋଟିଆରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଥିଲା କିନ୍ତୁ ଏହା ଅଚଳ କାରଣରୁ ଏଠାକାର ଲୋକ ୩୦ କିମି ଦୂର କୁନ୍ଦୁଲି ଡ଼ାକ୍ତରଖାନା ଉପରେ ନିର୍ଭର କରୁଥିଲେ । ଏହି ମେଡ଼ିକାଲ ନିର୍ମାଣ ହେଲେ କୋଟିଆ ପଂଚାୟତର ୮ ହଜାର ଅଧିବାସୀ ଦ୍ୱାର ମୁହଁରେ ସ୍ୱାସ୍ଥ୍ୟସେବା ପାଇବେ ।
କୋଟିଆରେ ଏକ ହାଇସ୍କୁଲ ନିର୍ମାଣ ପାଇଁ ଟେଣ୍ଡର ଚୁଡ଼ାନ୍ତ ହୋଇଛି । ଖୁବ୍ ଶିଘ୍ର ହାଇସ୍କୁଲ ଗୃହ ଓ ଷ୍ଟାଫ କ୍ୱାର୍ଟର ନିର୍ମାଣ କାମ ଆରମ୍ଭ ହେବ ବୋଲି ଜିଲ୍ଲା ପ୍ରଶାସନ କହିଛି । ବାଳକମାନଙ୍କ ପାଇଁ ୩୦୦ ଶର୍ଯ୍ୟା ଓ ବାଳିକା ମାନଙ୍କ ପାଇଁ ୨୦୦ ଶର୍ଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ହେବ ।
ଥ୍ରିଫେଜ୍ ଟ୍ରାନ୍ସଫରମର ପଂଚାୟତରେ ବସିବ ଏବଂ ଗ୍ରାମ ଗୁଡ଼ିକୁ ବିଦ୍ୟୁତିକରଣ କରାଯିବ । ଏହା ପୂର୍ବରୁ  ପ୍ରତ୍ୟେକ ଗାଁ ପାଇଁ ସବୁଦିନିଆ ରାସ୍ତା ନିର୍ମାଣ ଇତି ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତି କହିଛନ୍ତି । ପଂଚାୟତରେ ଟେଲି କମ୍ୟୁନିକେଶନ ନେଟୱାର୍କ ପାଇଁ ବିଏସଏନଏଲ ସହ କଥାବାର୍ତ୍ତା ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଏମନରେଗାରେ କୋଟିଆ ଅଂଚଳବାସୀଙ୍କ ଆର୍ଥିକ ଆୟକୁ ମଜଭୂତ ପାଇଁ ଆମ୍ବ ଓ କାଜୁ ରୋପଣ କରାଯାଉଛି । 
 

20/09/2018

Leave a Reply

Your email address will not be published. Required fields are marked *

Comments