Bikash Khabar
ଲୋକାର୍ପିତ ହେଲା କୃଷି ଭବନ, କୃଷି, ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏଠାରୁ କାମ କରିବେ

ଗତ ୮ ବର୍ଷ ତଳେ ଓଡ଼ିଶା ପଞ୍ଜାବ ଓ ହରିଆନାରୁ ଖାଦ୍ୟ ଶସ୍ୟ ଆଣୁଥିଲା । ୨୦୦୦ ମସିହାର ଏ ଚିତ୍ର ଆଜି ବଦଳିଛି । ଆମ ଚାଷୀ ଭାଇଙ୍କ ପରିଶ୍ରମର ମୂଲ୍ୟ ମିଳିଛି । ଓଡ଼ିଶା ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ ‘କୃଷି ଭବନ’ ଲୋକାର୍ପଣ ଉତ୍ସବରେ ସୂଚିତ କରାଇଛନ୍ତି ।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ରାଜ୍ୟ ୪ଥର କୃଷି କର୍ମଣ ପୁରସ୍କାର ପାଇଛି । ପୁରସ୍କାର ବାବଦରେ ମିଳିଛି ୧୭ କୋଟି ଟଙ୍କା । ଏହି ସବୁ ଟଙ୍କା କୃଷି ଭବନ ନିର୍ମାଣରେ ବିନିଯୋଗ କରାଯାଇଛି । କୃଷି ଭବନ ଆମ ଚାଷୀ ଭାଇ ଭଉଣୀଙ୍କ ନିଜ ଭବନ ।
କୃଷି, ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ କୃଷି ଭବନରେ କାର୍ଯ୍ୟ କରିବ । ଆଗାମୀ ଦେଢ ମାସ ମଧ୍ୟରେ ଏସବୁ ବିଭାଗ ସ୍ଥାନାନ୍ତରିତ ହେବ । ଚାଷ ଓ ଚାଷୀଙ୍କ ପାଇଁ ଏହି ଭବନକୁ ସମର୍ପିତ କରାଯାଇଛି ବୋଲି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ।
 

21/09/2018

Leave a Reply

Your email address will not be published. Required fields are marked *

Comments