Bikash Khabar
ଲେମ୍ବୁ ବଗିଚାରୁ ଲକ୍ଷପତି

ଗୋଟିଏ ପଟରେ ଦେଶରେ ପ୍ରତିବର୍ଷ ଛତିଶ ହଜାର କୋଟି ଲେମ୍ବୁ ପଚି ସଢି ବରବାଦ ହୋଇଯାଉଥିବାବେଳେ ଅପରପାଶ୍ୱର୍ରେ ଲେମ୍ବୁ ଚାଷ କରି ରାଜସ୍ଥାନର ଶଙ୍କର ଲାଲ, ଅଭିଷେକଙ୍କ ଭଳି ଚାଷୀମାନେ ବାର୍ଷିକ ୬ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ମଧ୍ୟପ୍ରଦେଶ ରତଲାମର ତିନିଶହରୁ ଅଧିକ ଚାଷୀ ଲେମ୍ବୁ ଚାଷ କରି ଜମି, କୋଠା ଓ ସମ୍ପତ୍ତି କିଣି ଭଲ ସ୍ଥିତିରେ ପହଂଚିଥିବା ଜଣାଯାଇଛି ।

ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ହରିୟାଣାର ଚାଷୀମାନେ ଲେମ୍ବୁଚାଷ କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ରାଜସ୍ଥାନ ଜାଲୋର ଭୂତଗାଁଓ ର ଚାଷୀ ଶଙ୍କର ଲାଲ ମାଲି ଲେମ୍ବୁଚାଷ କରି ଲକ୍ଷପତି ଚାଷୀ ଭାବେ ପରିଚିତି ପାଇଛନ୍ତି । ୧୦ମ ଶ୍ରେଣୀ ଯାଏ ପାଠ ପଢିଥିବା ଶଙ୍କର ଲାଲ ୬-୭ ବର୍ଷ ତଳେ ବର୍ଷକୁ ମାତ୍ର ଦେଢ ଲକ୍ଷ ଟଙ୍କା ରୋଜଗାର କରୁଥିବାବେଳେ ଆଜି ପାରମ୍ପରିକ ଗହମ, ସୋରିଷ ବଦଳରେ ଲେମ୍ବୁ ଓ ଜିରା ଚାଷ କରି ନିଜର ଆର୍ଥିକ ପ୍ରଗତି ଆଣିପାରିଛନ୍ତି । ୨୭ ବିଘା ଜମିରେ ୧୪୦୦ ଲେମ୍ବୁ ଗଛ ଲଗାଇଛନ୍ତି ଶଙ୍କର । ଏଠାରୁ ଦୈନିକ ଉତ୍ପାଜିତ ଲେମ୍ବୁ ସେ ଯୋଧପୁର, ପାଲି, ଜାଲୋର, ସିରୋହି ଏବଂ ଗୁଜୁରାଟର ପାଲନପୁର ପର୍ଯ୍ୟନ୍ତ ପଠାଇଥାନ୍ତି । ପାଖ ସଂଗ୍ରାମପୁର ଗାଁର ଅଭିଷେକ ଜୈନ ଜୈବିକ ଉପାୟରେ ଲେମ୍ବୁଚାଷ କରି ବାର୍ଷିକ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

19/02/2019

Leave a Reply

Your email address will not be published. Required fields are marked *

Comments