Bikash Khabar
ଜମିପଟ୍ଟା ମିଳିବାରୁ ବଦଳିଗଲା ଏକାକୀ ରହୁଥିବା ମହିଳାଙ୍କ ଜୀବନ

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ତହସିଲ ଅନ୍ତର୍ଗତ କରସିଙ୍ଗ ଗାଁର ୫୫ବର୍ଷ ବୟସ୍କା ନିରାଶ୍ରୟା ମହିଳା ହେଉଛନ୍ତି ପୂର୍ଣ୍ଣମାସୀ ନାୟକ । ବିଗତ ୫ ବର୍ଷ ଧରି ସମ୍ମାନର ସହ ବଂଚିବା ପାଇଁ ସେ କରି ଆସୁଥିବା ସଂଘର୍ଷର ଫଳ ଏବେ ତାଙ୍କୁ ମିଳିଛି ।
ସ୍ୱାମୀଙ୍କ ବିୟୋଗ ପରେ ପୂର୍ଣ୍ଣମାସୀ ସମ୍ପୂର୍ଣ୍ଣ ଏକା ହୋଇଯାଇଥିଲେ । ମୁଣ୍ଡ ଗୁଞ୍ଜି ରହିବା ପାଇଁ ତାଙ୍କ ନିକଟରେ ଘର ଖଣ୍ଡିଏ ନଥିଲା । ଭଡ଼ା ଘରେ ଦିନ କଟୁଥିଲା । ଜୀବିକା ପାଇଁ ତାଙ୍କୁ ଶାରୀରିକ ପରିଶ୍ରମ କରିବାକୁ ପଡ଼ୁଥିଲା । ୩ ବର୍ଷ ତଳେ ସରକାର ଏକାକୀ ରହୁଥିବା ମହିଳାମାନଙ୍କୁ ଜମିପଟ୍ଟା ବାଣ୍ଟିବା ପ୍ରକ୍ରିୟା ତାଙ୍କ ମନରେ ଆଶା ଜଗାଇଥିଲା । ସେ ଏହାକୁ ପାଇବା ପାଇଁ ଆବେଦନ କରିଥିଲେ । ପ୍ରଶାସନ ପୁର୍ଣ୍ଣମାସୀଙ୍କ ଦୁଃଖ ଦେଖିବା ପରେ ୨୧ ଡ଼ିସିମିଲର ଜମିପଟ୍ଟା ଓ ତା ଉପରେ ଇନ୍ଦିରା ଆବାସ ଯୋଜନାରେ ଘର ତିଆରି ପାଇଁ ସହାୟତା କରିଥିଲେ ।
ପୁର୍ଣ୍ଣମାସୀଙ୍କ ଦୁଃଖର ଦିନ ଚାଲିଯାଇଛି । ନିଜର ଭାବେ ଠିଆ ହୋଇଛି ଘର ଖଣ୍ଡେ । ମାସକୁ ମାସ ଆଉ ଭଡ଼ା ଗଣିବାକୁ ପଡ଼ୁନାହିଁ ।
ପୁର୍ଣ୍ଣମାସୀଙ୍କ ପରି କରସିଙ୍ଗି ଗାଁର ଆଉ ଜଣେ ଏକାକୀ ମହିଳା ହେଉଛନ୍ତି ତନୁ ସେଠୀ । ଘର ଖଣ୍ଡିଏ ମିଳିବା ଫଳରେ ସେ ଏବେ ସ୍ୱାଭିମାନ ସହ ବଂଚି ପାରୁଥିବା କହିଛନ୍ତି । 
 

16/09/2018

Leave a Reply

Your email address will not be published. Required fields are marked *

Comments