Bikash Khabar
ଏଣିକି ଡ଼ାକରେ ପହଂଚିବ ଜମିର ପଟ୍ଟା

ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଏଣିକି ପଟ୍ଟା ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କ ନିକଟରେ ଜମିପଟ୍ଟା ଡ଼ାକରେ ଯାଇ ପହଂଚିବ । ଆବେଦନକାରୀ ପଟ୍ଟା ପାଇଁ ଆବେଦନ କଲା ପରେ ତହସିଲ ପକ୍ଷରୁ ଏହା ପ୍ରସ୍ତୁତ ହୋଇ ସ୍ପିଡ଼୍ ପୋଷ୍ଟ ଜରିଆରେ ସେମାନଙ୍କ ସ୍ଥାୟୀ ଠିକଣାରେ ପଠାଇ ଦିଆଯିବ ।

ପୂର୍ବରୁ ଆବେଦନକାରୀମାନେ ପଟ୍ଟା ପାଇଁ ଶ୍ରମ ସମୟ ଓ ଅର୍ଥ ଖର୍ଚ୍ଚ କରି ତହସିଲ କାର୍ଯ୍ୟାଳୟକୁ ଆସିବାକୁ ବାଧ୍ୟ ହେଉଥିଲେ । ଟ୍ରାନ୍ସପୋର୍ଟ ଡ଼ିପାର୍ଟମେଣ୍ଟ ପକ୍ଷରୁ ଗାଡ଼ିର ଆରସି ବୁକ୍ ଠାରୁ ଡ଼୍ରାଇଭିଂ ଲାଇସେନ୍ସ ପର୍ଯ୍ୟନ୍ତ ଯେମିତି ଡ଼ାକରେ ଆସି ଆବେଦନକାରୀଙ୍କ ନିକଟରେ ପହଂଚୁଛି ଜମିର ପଟ୍ଟା ସେଭଳି ଡ଼ାକରେ ଆସି ପହଂଚିବାକୁ ସ୍ୱାଗତ କରିଛନ୍ତି ଲୋକେ । ଏବେ ବିିଭିନ୍ନ ଯାଗାରେ ଏଭଳି ଜମିପଟ୍ଟା ପାଇଁ ଆବେଦନ କରିଥିବା ଲୋକେ ଡ଼ାକରୁ ଜମି ପଟ୍ଟା ପାଇଥିବା ଗଣମାଧ୍ୟମ ନିକଟରେ ଦେଖାଇଛନ୍ତି । ଅନ ଲାଇନ ମ୍ୟୁଟେସନ ଏବଂ ଡ଼ାକ ଯୋଗେ ପଟ୍ଟା ପ୍ରଦାନକୁ ବ୍ୟାସନଗର ବ୍ଲକ ଠାକୁରପାଟଣା ଗ୍ରାମର ନାରାୟଣ ସାହୁ, ପାଣିକୋଇଲି ଗ୍ରାମର ପ୍ରଭାତି ସାହୁ ଓ ଇଚ୍ଛାପୁର ଗ୍ରାମର ହାରମଣି ଜେନା ସ୍ୱାଗତ କରିବା ସହ ପସନ୍ଦ କରିଛନ୍ତି । 
 

19/12/2018

Leave a Reply

Your email address will not be published. Required fields are marked *

Comments