Bikash Khabar
୪୮ କୋଟି ବ୍ୟୟରେ ନିର୍ମିତ ହେଲା ଦେଶର ଦୀର୍ଘତମ ଇସ୍ପାତ ସେତୁ

ଅରୁଣାଚଳ ପ୍ରଦେଶର ସିଆଙ୍ଗ ନଦୀ ଉପରେ ୪୮ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟରେ ଦେଶର ଦୀର୍ଘତମ ଇସ୍ପାତ ସେତୁ ଗୁରୁବାର ଲୋକାର୍ପିତ ହୋଇଛି । ଅରୁଣାଚଳ ସିଆଙ୍ଗ ନଦୀ ଉପରେ ଇଙ୍ଗକିଓଙ୍ଗ ଠାରେ ଏହି ସେତୁକୁ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଲୋକାର୍ପଣ କରିଛନ୍ତି ।

ବିୟୋରୁଙ୍ଗ ବ୍ରିଜ ନାମରେ ଏହି ୩୦୦ ମିଟର ଦୀର୍ଘ ଏକ ଲେନ ବିଶିଷ୍ଟ ସେତୁ ଇସ୍ପାତ କେବୁଲ ସସ୍ପେନସନରେ ନିର୍ମିତ । ଏହି ସେତୁ ୟିନ କିଓଙ୍ଗ ଓ ଟୁଟିଂ ମଧ୍ୟରେ ୪୦ କିମି ଦୂରତ୍ୱକୁ କମାଇ ଦେଇଛି । ସୀମାନ୍ତ ସେପଟେ ଚୀନର ଗତିବିଧି ଉପରେ ନଜର ରଖିବା କ୍ଷେତ୍ରରେ ଏହି ସେତୁ ପ୍ରମୁଖ ସହାୟକ ହେବ । ପ୍ରତିରକ୍ଷା ସହାୟତା ସାଙ୍ଗକୁ ସ୍ଥାନୀୟ ଜନଗଣଙ୍କ ଯାତାୟତ ଦିଗରେ ଦେଶର ଏହି ଦୀର୍ଘତମ ଇସ୍ପାତ ସେତୁକୁ ନେଇ ସ୍ଥାନୀୟ ଅଂଚଳରେ ଖୁସି ପ୍ରକାଶ ପାଇଛି । 
 

11/01/2019

Leave a Reply

Your email address will not be published. Required fields are marked *

Comments