Bikash Khabar
ସେନାକୁ କୋଟିଏ ଦେବେ ଲତା

ପୁଲୱାମା ଆକ୍ରମଣ ଘଟଣାକୁ ନେଇ ଦେଶ ସାରା ପାକିସ୍ଥାନୀ ଆତଙ୍କବାଦୀଙ୍କ ବିରୋଧରେ କ୍ରୋଧ ସୃଷ୍ଟି ହେବା ପରେ ଭାରତୀୟ ବାୟୁସେନା ତାର କଡ଼ା ଜବାବ ଦେଇଛି । ପାକିସ୍ଥାନ ସୀମା ଭିତରେ ପଶି ପ୍ରତିଶୋଧ ନେଇଛି ବାୟୁସେନା । ମିରାଜ- ୨୦୦୦ ଯୁଦ୍ଧ ବିମାନ ସାହାର୍ଯ୍ୟରେ ୩୦୦ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତ । ଭାରତୀୟ ବୀର ସୈନିକମାନଙ୍କ ଦ୍ୱାରା ହୋଇଥିବା ଏୟାର ଷ୍ଟ୍ରାଇକକୁ ଅଭିନେତା ଅକ୍ଷୟ କୁମାର, ଅଭିଷେକ ବଚ୍ଚନ, ଅନୁପମ ଖେର, ଇମ୍ରାନ ହାସମୀ, ଅଜୟ ଦେବଗମ୍, ପରେଶ ରାୱଲ ଖୁବ୍ ପ୍ରଶଂସା କରିଛନ୍ତି । ପୁଲୱାମା ଘଟଣାରେ ଦୁଃଖି ହୋଇପଡ଼ିଥିବା କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନ ବ୍ୟାୟାମ ସହିଦଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଆଗେଇ ଆସିଥିବାବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ଲତା ମଙ୍ଗେସକର ସେନାର ଯବାନଙ୍କ ପାଇଁ ୧କୋଟି ଟଙ୍କା ଦାନ କରିବେ ବୋଲି କହିଛନ୍ତି । ଆସନ୍ତା ଏପ୍ରିଲ ୨୪ରେ ଲତା ମଙ୍ଗେସକର ନିଜ ପିତା ଦିନାନାଥ ମଙ୍ଗେସକରଙ୍କ ପୁଣ୍ୟ ତିଥି ଅବସରରେ ସେନାଙ୍କୁ ୧କୋଟି ଟଙ୍କାର ସହାୟତା ଦେବା ଘୋଷଣା କରିଛନ୍ତି । ଭାରତୀୟ ମନୋରଞ୍ଜନ ଶିଳ୍ପ ଜଗତର ପ୍ରମୁଖ ହସ୍ତିମାନଙ୍କ ଏପରି ବଦାନ୍ୟତା ସେନାଙ୍କ ଉତ୍ସାହ ବୃଦ୍ଧିରେ ସହାୟକ ହେବ ।

27/02/2019

Leave a Reply

Your email address will not be published. Required fields are marked *

Comments