Bikash Khabar
ପରିବେଶ ପାଇଁ ଛାଡ଼ିଲେ ଚାକିରୀ, ଆରମ୍ଭ କଲେ ଉପହାରରେ ଚାରା ଦେବା ବ୍ୟବସାୟ

 ପବନ କୁମାର ରାଘବେନ୍ଦ୍ରନଙ୍କ ନିଜର ଏକ ଫାର୍ମ ରହିଛି । ଏହାର ନାମ ହେଉଛି ପିକେ ଆର ଗ୍ରୀନ୍ସ ଏଣ୍ଡ କନସଲଟେନସି । ଏହାର ଜରିଆରେ ସେ ଲୋକଙ୍କୁ ବୃକ୍ଷଲତାର ଚାରା ଯୋଗାଇ ଦେଇଥାନ୍ତି ।

ବରିଷ୍ଠମାନେ କହିଥାନ୍ତି ଜନ୍ମ ଦିନରେ ଗଛଟିଏ ଲଗାଅ । ଆଜେବାଜେ ଖର୍ଚ୍ଚ କରିବା ଅପେକ୍ଷା ଏହା ମାନସିକ ଭାବେ ଆନନ୍ଦ ଦେବା ସାଙ୍ଗକୁ ଦୀର୍ଘସୂତ୍ରୀ ଲାଭ ଦେବ । ଏହି ଆହ୍ୱାନକୁ ପବନ କୁମାର ଅକ୍ଷରେ ଅକ୍ଷରେ ପାଳିଛନ୍ତି । ଅନ୍ୟମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ଇଞ୍ଜିନିୟରିଂ ଚାକିରୀ ଛାଡ଼ି ଆରମ୍ଭ କରିଛନ୍ତି ନିଆରା ଏକ ଷ୍ଟାର୍ଟ ଅପ୍ । ସହରାଂଚଳରେ ଟେରାସ ଫାର୍ମିଙ୍ଗ ପାଇଁ ପବନ କୁମାରଙ୍କ ଫାର୍ମ ସହଯୋଗ ପ୍ରଦାନ କରିଥାଏ ।

ଜନ୍ମ ଦିନ, ବିବାହ ବାର୍ଷିକୀ, ନୂଆବର୍ଷ, ପରିଜନଙ୍କ ସ୍ମୃତିରେ ବୃକ୍ଷରୋପଣର ପରମ୍ପରା ସୃଷ୍ଟି ପାଇଁ ସେ ଉଦ୍ୟମ କରିଆସିଛନ୍ତି । ମେକାନିକାଲ ଇଞ୍ଜିନିୟରିଂ ପରେ ପବନ ମେସିନ ସହ ନୁହେଁ ପ୍ରକୃତି ସହିତ ସମ୍ପର୍କ ଯୋଡ଼ିବାକୁ ପସନ୍ଦ କରିଛନ୍ତି । ପ୍ରଥମେ ସେ ନିଜ ଟେରାସ ଓ ଛାତ ଉପରେ ଚାରା ଉତ୍ପନ୍ନ କରାଇ ଫେସବୁକ୍ ଜରିଆରେ ଲୋକଙ୍କୁ କିଣିନେବା ପାଇଁ ପ୍ରବର୍ତ୍ତାଇଥିଲେ । ଧିରେ ଧିରେ ତାଙ୍କର ନାଁ ଓ ରୋଜଗାର ବଢିଲା । ଫେସବୁକ୍ ପୋଷ୍ଟରେ ସେ ଏଗୁଡ଼ିକ ବିକ୍ରୀ ପାଇଁ ଓ ଯାହାର ଦରକାର କୁହନ୍ତୁ ବୋଲି ଲେଖିବା ପରେ ଲୋକେ ତାଙ୍କୁ ଯୋଗାଯୋଗ କରିବାକୁ ଲାଗିଲେ । ଘର ନିକଟରେ ସେ ଜମି ଲିଜ୍ ନେଇ ନର୍ସରୀ ଦ୍ୱାରା ଚାରା ବିକ୍ରୀ ଆରମ୍ଭ କଲେ ଓ ସଫଳତା ପାଇଲେ । ତାଙ୍କର ପ୍ରଥମ ମାସର ରୋଜଗାର ୩୦୦ ଟଙ୍କା ଥିବାବେଳେ ଏବେ ମାସରେ ୫୦ ହଜାର ଟଙ୍କା ହେଉଥିବା ସେ କହନ୍ତି ।

03/09/2018

Leave a Reply

Your email address will not be published. Required fields are marked *

Comments