Bikash Khabar
ସଫ୍ଟୱେର ଇଞ୍ଜିନିୟର ଚାକିରି ଛାଡ଼ି ଗ୍ରାମୀଣ ଶିଳ୍ପୀଙ୍କ ଦ୍ରବ୍ୟକୁ ବିଶ୍ୱ ମୁହାଁ କରୁଛନ୍ତି ଏହି ବ୍ୟକ୍ତି

ରାକେଶ ପରିଡ଼ା ନାମକ ଜଣେ ଯୁବକ ଠୁମୁରି ନାମକ ଏକ ଗ୍ଲୋବାଲ ଅନଲାଇନ ମାର୍କେଟପ୍ଲେସର ଅୟମାରମ୍ଭ କରିଛନ୍ତି । ଏହି ସଂସ୍ଥା ଭାରତୀୟ ବୟନଶିଳ୍ପ ଏବଂ ହସ୍ତକଳାକୁ ବିଶ୍ୱର ବିଭିନ୍ନ ଦେଶକୁ ରପ୍ତାନୀ କରୁଛି । ଜୁନ୍ ୨୦୧୫ରେ ଠୁମୁରି ଭୁବନେଶ୍ୱରଠାରୁ ତାର ବ୍ୟାବସାୟିକ ଯାତ୍ରା ଆରମ୍ଭ କରିଛି । ଏହି ସଂସ୍ଥା ଶିଳ୍ପୀ ଓ ଗ୍ରାହକଙ୍କ ମଧ୍ୟରେ ସେତୁଟିଏ ଭଳି କାମ କରୁଛି ।

ରାକେଶ ୩୦-୪୦ ଲକ୍ଷ ଟଙ୍କାର ପୁଞ୍ଜିନିବେଶରେ ଠୁମୁରିର ଅୟମାରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ତାଙ୍କ ସହ ୨୦୦୦ ଶିଳ୍ପୀ ଯୋଡ଼ି ହୋଇଛନ୍ତି । ପଥର କଳା, ହସ୍ତଶିଳ୍ପ ଠାରୁ ଆରମ୍ଭ କରି ତାଳପତ୍ର ଖୋଦେଇ ଏବଂ ପଟ୍ଟଚିତ୍ର ଯାଏ ବିଭିନ୍ନ ଉତ୍ପାଦ କ୍ରୟ କରି ଗ୍ରାହକଙ୍କ ମାନଙ୍କ ନିକଟରେ ପହଂଚାଇଥାନ୍ତି । ପରୋକ୍ଷ ଭାବରେ ରାକେଶଙ୍କ ଏହି ସଂସ୍ଥା ୧୦ ହଜାର ଶିଳ୍ପୀଙ୍କ ଉତ୍ପାଦକୁ ଆନ୍ତର୍ଜାତୀୟ ବଜାରରେ ବିକ୍ରୀ କରିପାରୁଛନ୍ତି । ଠୁମୁରି ଆତ୍ମପ୍ରକାଶ କରିବାର ପ୍ରଥମ ମାସରେ ୧୬ ହଜାର ଟଙ୍କାର କାରବାର କରିଥିଲା । ଆଜି ଏହି ସଂସ୍ଥା ମାସିକ ୭ ଲକ୍ଷ ଟଙ୍କାର ରାଜସ୍ୱ ସଂଗ୍ରହ କରିପାରୁଛି । କମ୍ପାନୀ ଆସନ୍ତା ମାର୍ଚ୍ଚ ସୁଦ୍ଧା ୧କୋଟି ଟଙ୍କାର ବ୍ୟାବସାୟିକ ଲକ୍ଷ୍ୟ ରଖିଛି ।
୩୨ ବର୍ଷିୟ ରାକେଶ ଫିଲିପ୍ସ କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଚାକିରୀ ଛାଡ଼ି ଭୁବନେଶ୍ୱର ଷ୍ଟାର୍ଟଅପ ଆରମ୍ଭ କରିଛନ୍ତି । ପାରମ୍ପରିକ କଳା ଓ ଭାସ୍କର୍ଯ୍ୟରେ ଆଧୁନିକ ବ୍ୟବସାୟିକ କୌଶଳ ମିଶି ତାଙ୍କୁ ପ୍ରସିଦ୍ଧି ଦେଇଛି । ତାଙ୍କ ସହ ଏବେ ୧୫ରୁ ଅଧିକ କର୍ମୀ କାମ କରୁଛନ୍ତି ।

19/02/2019

Leave a Reply

Your email address will not be published. Required fields are marked *

Comments