Bikash Khabar
ଅସହାୟ ଯୁବତୀଙ୍କ ବିବାହ ଦାୟିତ୍ୱ ନେଲା ଲାୟନ୍ସ କ୍ଲବ

ଜଣେ ଅସହାୟ ଆଦିବାସୀ ଯୁବତୀଙ୍କୁ ବିବାହ କରାଇ ଦେବାରେ ସହଯୋଗର ହାତ ବଢାଇ ଦେଇ ଯାଜପୁର ରୋଡ଼ ଲାୟନ୍ସ କ୍ଲବ ଚର୍ଚ୍ଚିତ ହୋଇଛି । ସୂଚନା ଯୋଗ୍ୟ ଯେ ଆଦିବାସୀ ବେସାହାରା ଯୁବତୀ ଚାନ୍ଦିନୀ ମୁଣ୍ଡା(୨୨)ଙ୍କୁ ଯେତେବେଳେ ୫ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ବାପା ମା ତାଙ୍କୁ ଏକାକୀ ଛାଡ଼ି କେଉଁଆଡ଼େ ପଳାଇଥିଲେ । ଜେଜେମା ଯମୁନା ମୁଣ୍ଡା ଚାନ୍ଦିନୀକୁ ପାଳି ପୋଷି ବଡ଼ କରିଥିବାବେଳେ ବିବାହ ଯୋଗ୍ୟା ଚାନ୍ଦିନୀକୁ ବିବାହ ଦେବାରେ ଆର୍ଥିକ ସମସ୍ୟାକୁ ନେଇ ଚିନ୍ତାରେ ଥିଲେ । ଏଭଳି ସୂଚନା ପାଇବା ପରେ ଲାୟନ୍ସ କ୍ଲବ ଚାନ୍ଦିନୀର ବିବାହ ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ ।

ଯାଜପୁର ରୋଡ଼ ପ୍ଲଟ ଆଦିବାସୀ ସାହିରେ ରହୁଥିବା ଘାସିରାମ ମୁଣ୍ଡା ସହ ଚାନ୍ଦିନୀର ବିବାହ କାର୍ଯ୍ୟ କରାଯାଇଥିଲା । କଳିଙ୍ଗନଗର ଲାୟନ୍ସ କ୍ଲବ ଓ ଷ୍ଟିଲ ସିଟି ଲାୟନ୍ସ କ୍ଲବ ସହଯୋଗରେ ଅନୁଷ୍ଠିତ ଉକ୍ତ ବିବାହ କାର୍ଯ୍ୟରେ କନ୍ୟାପିତା ଭାବେ ଲାୟନ୍ସ ପ୍ରଫୁଲ୍ଲ କୁମାର ସାମଲ କନ୍ୟାଦାନ କରିଥିଲେ ।

24/04/2019

Leave a Reply

Your email address will not be published. Required fields are marked *

Comments