Bikash Khabar
ଖାଲି ପାଦରେ ସ୍କୁଲ ଯାଉଥିଲେ ଶାସ୍ତ୍ରୀ, ଯୌତୁକରେ ମାଗିଥିଲେ ଗୋଟିଏ ଚରଖା

ମହାତ୍ମାଗାନ୍ଧୀଙ୍କ ସହିତ ଆଜି ଲାଲବାହାଦୁର ଶାସ୍ତ୍ରୀଙ୍କ ମଧ୍ୟ ଜନ୍ମଦିନ । ତାଙ୍କର ଜନ୍ମ ଅକ୍ଟୋବର ୨ ତାରିଖ ୧୯୦୪ ମସିହାରେ ଉତ୍ତରପ୍ରଦେଶର ବାରାଣସୀ ଠାରୁ ୭ ମାଇଲ ଦୂର ମୋଗଲ ସରାଇ ଠାରେ ହୋଇଥିଲା । ଶାସ୍ତ୍ରୀଙ୍କ ପିତା ଜଣେ ସ୍କୁଲ ଶିକ୍ଷକ ଥିଲେ । ଲାଲ ବାହାଦୁରଙ୍କୁ ମାତ୍ର ଦେଢ ବର୍ଷ ହୋଇଥିବାବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ମାତା ନିଜର ତିନି ସନ୍ତାନଙ୍କୁ ନେଇ ନିଜ ପିତାଙ୍କ ଘରକୁ ଚାଲିଯାଇଥିଲେ ।
ଉଚ୍ଚ ଶିକ୍ଷା ପାଇଁ ଲାଲବାହାଦୁର ନିଜ ଚାଚାଙ୍କ ସହିତ ବାରଣାସୀ ଚାଲିଆସିଥିଲେ । ସ୍କୁଲ ଯିବା ଆସିବା ସେ ଖାଲି ପାଦରେ କରୁଥିଲେ । ପ୍ରବଳ ଗରମ ସମୟରେ ବି ତାଙ୍କୁ ଖାଲି ପାଦରେ ସ୍କୁଲ ଯିବାକୁ ପଡ଼ୁଥିଲା । ବାରାଣସୀର କାଶୀ ବିଦ୍ୟାପୀଠରେ ପଢୁଥିବାବେଳେ ସେ ଦେଶର ମହାନ ବିଦ୍ୱାନ ଏବଂ ଦେଶ ପ୍ରେମୀମାନଙ୍କ ସାନ୍ନିଧ୍ୟରେ ଆସିଥିଲେ । 
ତାଙ୍କୁ ଯେତେବେଳେ ୧୧ ବର୍ଷ ବୟସ ସେ ସେତେବେଳେ ସଂଗ୍ରାମୀମାନଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସ ରଖି ବ୍ରିଟିଶ ଶାସନ ବିରୁଦ୍ଧରେ କହିବା ଆରମ୍ଭ କରିଥିଲେ । ୧୯୩୦ରେ ଲବଣ ସତ୍ୟାଗ୍ରହ ସହ ଜଡ଼ିତ ହୋଇଥିଲେ । ୧୯୪୬ରେ କଂଗ୍ରେସ ସରକାର ଗଠିତ ହେବା ପରେ ସେ ଗୃହମନ୍ତ୍ରୀ ପଦ ପ୍ରାପ୍ତ ହୋଇଥିଲେ । ୧୯୫୧ରେ ଦିଲ୍ଲୀ ଚାଲିଆସିବା ସହ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଏକାଧିକ ବିଭାଗର ଦାୟିତ୍ୱ ତୁଲାଇଥିଲେ । ଏକ ରେଳ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ସେ ନିଜ କାନ୍ଧକୁ ଦୋଷ ନେଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
ଶାସ୍ତ୍ରୀ ୧୯୨୭ରେ ବିବାହ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ଲଳିତା ଦେବୀ ଥିଲା । ଶାସ୍ତ୍ରୀ ଯୌତୁକ ଭାବେ ଗୋଟିଏ ଚରଖା ଓ କିଛି ସୂତା ନେଇ ଆସିବା ପାଇଁ କହିଥିଲେ । ଏହା ଛଡ଼ା ଆଉ କିଛି ସ୍ୱିକାର କରିବାକୁ ସେ ମନା କରିଦେଇଥିଲେ । 
 

02/10/2018

Leave a Reply

Your email address will not be published. Required fields are marked *

Comments