Bikash Khabar
ବିନ୍ଦୁ ସାଗରରେ ଆରମ୍ଭ ହେଲା ଲାଇଟ ଆଣ୍ଡ ସାଉଣ୍ଡ ସୋ

ହକି ବିଶ୍ୱକପ୍ ପୂର୍ବରୁ ଏକାମ୍ର କ୍ଷେତ୍ର ପାଇଛି ନୂଆ ରୂପ । ଓଡ଼ିଶାର ସ୍ଥାପତ୍ୟ ଓ କଳାସଂସ୍କୃତି ବାବଦରେ ବିଶ୍ୱବାସୀଙ୍କୁ ଅବଗତ କରାଇବା ପାଇଁ ଭୁବନେଶ୍ୱର ଆର୍ଟ ଟ୍ରେଲ ପ୍ରକଳ୍ପ ନୂଆ ରୂପ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଟ ଟ୍ରେଲ ସମେତ ବିନ୍ଦୁ ସାଗର ପୁଷ୍କରିଣୀରେ ଲାଇଟ ଆଣ୍ଡ ସାଉଣ୍ଡ ସୋର ଶୁଭାରମ୍ଭ କରିଛନ୍ତି । ୯ କୋଟି ଟଙ୍କା ବ୍ୟୟରେ କେଦାରଗୌରୀ ମନ୍ଦିର ଠାରୁ  ବିନ୍ଦୁସାଗର ମଧ୍ୟରେ ୧-୩ କିମି ରାସ୍ତାରେ ସ୍ଥାନ ପାଇଛି ଆକର୍ଷଣୀୟ କଳାକୃତି । ଏକ ମାସ ପର୍ଯ୍ୟନ୍ତ ଏହି କଳାକୃତିକୁ ଜନସାଧାରଣ ଉପଭୋଗ କରିବାର ସୁଯୋଗ ପାଇବେ ।

ବିନ୍ଦୁସାଗରର ଜଳରାଶି ଉପରେ ଲେଜର ଲାଇଟ ସୋ ଉଦଘାଟିତ ହେବା ପରେ ଦର୍ଶକମାନେ ଏହାକୁ ଉପଭୋଗ କରିଥିଲେ । ଆଲୋକ ଓ ସଂଗୀତର ଯୁଗଳବନ୍ଦୀରେ ବିନ୍ଦୁସାଗର ଝଲସି ଉଠିଥିଲା । ପ୍ରଥମ ସନ୍ଧ୍ୟାରେ ଲେଜର ସୋ ୫.୪୦ରେ ଆରମ୍ଭ ହୋଇ ୨୦ ମିନିଟ୍ ଚାଲିଥିଲା । ପ୍ରତିିଦିନ ୨୦ ମିନିଟ୍ ଲେଖାଏ ଦୁଇଟି ସୋ ଆୟୋଜନ ହେବ ।
 

19/11/2018

Leave a Reply

Your email address will not be published. Required fields are marked *

Comments