Bikash Khabar
ସୁରକ୍ଷା ଚିନ୍ତା, ବିମାନବନ୍ଦର ଭଳି ରେଳଷ୍ଟେସନରେ ବି ଆଗୁଆ ପହଂଚିବାକୁ ହେବ

ଆଗାମୀ ଦିନରେ ରେଳଷ୍ଟେସନ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବାକୁ ଯାଉଛି । ବିମାନ ବନ୍ଦର ଭଳି ରେଳଷ୍ଟେସନ ଗୁଡ଼ିକରେ ସୁରକ୍ଷା ଯାଂଚ ପାଇଁ ଯୋଜନା କରୁଛି ଭାରତୀୟ ରେଳ । ଏଥିପାଇଁ ଯାତ୍ରୀମାନଙ୍କୁ ଟ୍ରେନ ଛାଡ଼ିବାର ୨୦ ମିନିଟ୍ ଆଗରୁ ରେଳଷ୍ଟେସନରେ ପହଂଚିବାକୁ ହେବ । ଏହା ପରେ ଦ୍ୱାର ବନ୍ଦ କରାଯିବ । ପ୍ରତ୍ୟେକ ଟ୍ରେନ ଯାତ୍ରୀଙ୍କୁ ବିମାନ ଭଳି ଯାଂଚ କରାଯିବ । ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାର କରି ଏହି ବ୍ୟବସ୍ଥା ଆହ୍ଲାବାଦ ଷ୍ଟେସନରେ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଛି । କୁମ୍ଭମେଳା କାରଣରୁ ଲକ୍ଷାଧିକ ଯାତ୍ରୀଙ୍କ ଆଗମନ ହେବାକୁ ଥିବାରୁ ଆହ୍ଲାବାଦରେ ଏଭଳି ବ୍ୟବସ୍ଥା କରାଯାଇଛି । କର୍ଣ୍ଣାଟକର ହୁବଲି ଷ୍ଟେସନରେ ମଧ୍ୟ ଏଭଳି ବ୍ୟବସ୍ଥା ଲାଗୁ କରାଯିବ । ଏହି ଦୁଇ ନମୁନା ପ୍ରକଳ୍ପର ସଫଳତା ଦେଖିବା ପରେ ଦେଶର ଅନ୍ୟୁନ ୨୦୨ଟି ରେଳଷ୍ଟେସନରେ ଏହି ବ୍ୟବସ୍ଥା ଲାଗୁ କରାଯିବ ।

ବିମାନ ବନ୍ଦରରେ ଏବେ ଯାତ୍ରୀଙ୍କୁ ଘଣ୍ଟାଏ ପୂର୍ବରୁ ପହଂଚିବାକୁ ପଡ଼ୁଛି । କିନ୍ତୁ ରେଳଷ୍ଟେସନରେ ଘଣ୍ଟାଏ ପରିବର୍ତ୍ତେ ୨୦ ମିନିଟ୍ ପୂର୍ବରୁ ପହଂଚିବାକୁ ହେବ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ତନଖି କରାଯାଉଥିବାରୁ ଅଧିକ କର୍ମଚାରୀଙ୍କୁ ମୂତୟନ କରିବାର ଆବଶ୍ୟକତା ପଡ଼ିବ ନାହିଁ । 
 

07/01/2019

Leave a Reply

Your email address will not be published. Required fields are marked *

Comments