Bikash Khabar
ମନ୍ଦିରର ବାସି ଫୁଲ ଦେଇଛି ଜୀବିକା

ଆମେ ମନ୍ଦିରରେ ଦେବ ବିଗ୍ରହଙ୍କୁ ଭକ୍ତି ଓ ଶ୍ରଦ୍ଧାରେ ଅର୍ପଣ କରୁଥିବା ଫୁଲ କିଛି ଘଣ୍ଟା ପରେ ମଉଳିଯାଏ । ବାସ ଓ ରଙ୍ଗ ଫିକା ପଡ଼ିଯାଏ । ତା ପରେ ଅଳିଆ ବାସି ଓ ବର୍ଜ୍ୟରେ ପରିଣତ ହୁଏ । ଅହମ୍ମଦାବାଦର ଦୁଇ ଜଣ ଇଞ୍ଜିନିୟର ଏବେ ଏହି ବାସି ଫୁଲରୁ ବାଛି ପାରିଛନ୍ତି ନିଜର ଜୀବିକା ।
୨୧ ବର୍ଷ ବୟସ୍କ ଅର୍ଜୁନ ଠକ୍କର ଏବଂ ତାଙ୍କର ବନ୍ଧୁ ୟଶ ଭଟ୍ଟ (୨୧) ବର୍ଜ୍ୟ ପରିଚାଳନା ସଂପର୍କିତ ଏକ ପ୍ରକଳ୍ପ ନିଜ କଲେଜ ପାଇଁ କରିଥିଲେ । ଏଥିରେ ମନ୍ଦିରର ବାସି ଫୁଲକୁ ଏକାଠି କରି ଜୈବିକ ଖତ ତିଆରି ବିଷୟରେ ପରିକଳ୍ପନା କରିଥିଲେ । କେବଳ ଅହମ୍ମଦାବାଦରେ ୧୫୦୦ ମନ୍ଦିର ଓ ପ୍ରତିଦିନ ୨ଟନ ଫୁଲ ଯୋଗାଡ଼ର ତଥ୍ୟ ସେମାନେ ଜାଣିବା ପରେ ଏପରି ପ୍ରକଳ୍ପ ଚିନ୍ତା କରିଥିଲେ ।
ହିନ୍ଦୁ ମନ୍ଦିର ବାସି ଫୁଲକୁ ନଦୀ ନାଳରେ ବିସର୍ଜନ କରିଦେଉଥିବା ବେଳେ ଜୈନ ମନ୍ଦିର ପରିଚାଳକ ଏହାକୁ ଖୋଲା ପବନରେ ଛାଡ଼ି ଦେଉଥିବା କହିଥିଲେ । ଏପରି କରିବା ଦ୍ୱାରା ପ୍ରଦୂଷଣ କଣ ହୋଇଥାଏ ସେହି ତଥ୍ୟ ଯୋଗାଡ଼ କରି ଫୁଲ ବର୍ଜ୍ୟରୁ ଉକ୍ରୃଷ୍ଟ ଦ୍ରବ୍ୟ କଣ ବାହାର କରାଯାଏ ଚିନ୍ତା କରିଥିଲେ । ୨୦୧୬ରେ ଅର୍ଜୁନ ଏବଂ ୟଶ ଏହି ପ୍ରକଳ୍ପକୁ କାର୍ଯ୍ୟରେ ରୂପାୟନ କଲେ । ଫୁଲରୁ ଜୈବିକ ଖତସାର ଉତ୍ପାଦନ ପାଇଁ ସେମାନେ ବ୍ରୁକ୍ ଆଣ୍ଡ ବ୍ଲୁମ୍ ନାମକ ଏକ ସଂସ୍ଥା ପଞ୍ଜିକୃତ କରିଥିଲେ । ୟଶ ଏବଂ ଅର୍ଜୁନଙ୍କୁ ଗୁଜୁରାଟ ଟେକନିକାଲ ୟୁନିଭରସିଟିରୁ ଅନୁଦାନ ମିଳିଥିଲା ।
ଏବେ ଅର୍ଜୁନ ଏବଂ ୟଶ ୨୮ ମନ୍ଦିର ସହ ଯୋଡ଼ି ହୋଇଅଛନ୍ତି । ପ୍ରତିଦିନ ୩୦୦ କିଗ୍ରା ବାସି ଫୁଲ ସଂଗ୍ରହ ହେଉଛି ଏବଂ ୩୦ରୁ ୪୦ କିଗ୍ରା ଖତ ସାର ପ୍ରସ୍ତୁତ ହେଉଛି । ମନ୍ଦିର ଗୁଡ଼ିକୁ ସେମାନେ ଡ଼ଷ୍ଟବିନ୍ ମାନ ପ୍ରଦାନ କରିଛନ୍ତି । ଆଗକୁ ଏଥିରୁ ବେଶ ଦୁଇ ପଇସା ରୋଜଗାରର ଲକ୍ଷ୍ୟ ଥିବା ସେମାନେ କହନ୍ତି । 
 

25/09/2018

Leave a Reply

Your email address will not be published. Required fields are marked *

Comments