Bikash Khabar
ଦୀର୍ଘତମ ସାଇକେଲ ଯାତ୍ରା ଦେଇଛି ପ୍ରସିଦ୍ଧି, ପୁରୀର ଦୁଇ ଯୁବକଙ୍କୁ ମିଳିଲା ଲିମକା ବୁକ ଅଫ ୱାଲର୍ଡ଼ରେ ସ୍ଥାନ

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଜାହାନିଆ କୁଣ୍ଡଳବା ଗ୍ରାମର ୨୧ ବର୍ଷ ବୟସ୍କ ସୌମ୍ୟରଞ୍ଜନ ବିଶ୍ୱାଳ ଓ ସତ୍ୟବାଦୀ ବ୍ଲକ ଚମ୍ପାଳ ଗ୍ରାମର ୨୦ ବର୍ଷ ବୟସ୍କ ଦିଲ୍ଲୀପ କୁମାର ବିଶ୍ୱାଳ ଅଲିଭ ରିଡ଼ଲେ କଇଁଛର ସୁରକ୍ଷା ପାଇଁ ୭ ଦିନରେ ୮୦୦ କିମି ସାଇକେଲ ଯାତ୍ରା କରି ଲିମକା ବୁକ ଅଫ ୱାଲ୍ଡ ରେକର୍ଡ଼ରେ ନିଜର ନାମ ଦରଜ କରାଇପାରିଛନ୍ତି ।

ଦିଲୀପ ଏବଂ ସୌମ୍ୟ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡ଼ଲେର ସୁରକ୍ଷା ପାଇଁ ଗତ ମାର୍ଚ୍ଚ ୭ ତାରିଖ ଦିନ କୋଣାର୍କରୁ ଓଲି ମାସ୍କଟ ପରିଧାନ ପୂର୍ବକ ସାଇକେଲ ଯାତ୍ରାରେ ବାହାରିଥିଲେ । ସେମାନେ ସମୁଦ୍ରକୂଳ ଗ୍ରାମ ଓ ବିଦ୍ୟାଳୟ ଗୁଡ଼ିକରେ କଇଁଛର ସୁରକ୍ଷା ଦିଗରେ ସଭାମାନ କରି ଲୋକଙ୍କୁ ସଚେତନତା କରାଇଥିଲେ । ଦୁହେଁ ପୁରୀ, ଚିଲିକା, ଗୋପାଳପୁର, ଭୁବନେଶ୍ୱର, କଟକ, ଜଗତସିଂହପୁର ଦେଇ ମାର୍ଚ୍ଚ ୧୪ରେ କେନ୍ଦ୍ରାପଡ଼ାରେ ପହଂଚିଥିଲେ । ୭ ଦିନର ସାଇକେଲ ଯାତ୍ରାରେ ସେମାନେ ୭ଟି ଜିଲ୍ଲାର ୮୦୦ କିମି ଯାତ୍ରା ପଥ ଅତିକ୍ରାନ୍ତ କରିଥିଲେ । ଏହି ସମୟ ମଧ୍ୟରେ ୫୦ଟି ସମୁଦ୍ରକୂଳ ଗାଁ ଓ ୩୫ଟି ବିଦ୍ୟାଳୟରେ ସଚେତନ କରିଥିଲେ । ଉଭୟଙ୍କୁ ଏନେଇ ଲିମକା ବୁକ୍ ଅଫ ୱାଲଡ଼ ତରଫରୁ ସ୍ୱିକୃତି ମିଳିଛି । 
 

01/12/2018

Leave a Reply

Your email address will not be published. Required fields are marked *

Comments