Bikash Khabar
ବିନା ମାଟିରେ ଫସଲ ଫଳାଉଛନ୍ତି କ୍ରିକେଟ ତାରକା ଧୋନୀ

ମାଟିରେ ଫସଲ ହୋଇଥାଏ । ହେଲେ ବିନା ମାଟିରେ ପନିପରିବା ଫଳୁଥିବା କେଉଁଠି ଦେଖିଛନ୍ତି କି? ଝାରଖଣ୍ଡ ରାଂଚି ସହରରେ କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନୀ ନିଜ ଘରେ ବିନା ମାଟିରେ ବିଭିନ୍ନ ପ୍ରକାର ପନିପରିବା ଫଳାଇଛନ୍ତି । ସିମଲିୟା ଠାରେ ଥିବା ନିଜ ଘରେ ଧୋନିଙ୍କ ହାଇଡ଼୍ରୋପୋନିକ୍ସ କିଚେନ ଗାର୍ଡ଼େନରେ ଏହା ସମ୍ଭବ ହୋଇଛି । ପଲି ହାଉସରେ ନଡ଼ିଆକତାର ଆସ୍ତରଣ ଦେଇ ଧୋନୀ ବାଇଗଣ, କୋବି, ଟମାଟୋ, କାକୁଡ଼ି, ପାଳଙ୍ଗ ଶାଗ ଫଳାଉଛନ୍ତି । ଏଥିରେ ମୁଠାଏ ବି ରାସାୟନିକ ସାର ପ୍ରୟୋଗ ହେଉନାହିଁ କି କୀଟନାଶକ ପ୍ରୟୋଗର ପ୍ରଶ୍ନ ହିଁ ନାହିଁ ।

ଧୋନୀ ନିଜ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ । ବଜାରରେ ଉପଲବ୍ଧ ପରିବାରେ ମାତ୍ରାଧିକ ରାସାୟନିକ ସାରର ପ୍ରୟୋଗ ତାଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି । ଏଭଳି ସ୍ଥିତିରେ ଧୋନୀ ନିଜ ପରିବାରକୁ ସ୍ୱାସ୍ଥ୍ୟ ବର୍ଦ୍ଦକ ଭୋଜନ ଦେବା ପାଇଁ ଚାହାଁନ୍ତି । ଧୋନୀଙ୍କ ପରିବାରରେ ତାଙ୍କ ମାତା, ପିତା ପତ୍ନୀ ଓ କନ୍ୟା ଆଦି ସମୁଦାୟ ୫ ଜଣ ସଦସ୍ୟ । ୫ ଜଣ ସଦସ୍ୟଙ୍କ ପନିପରିବାର ଆବଶ୍ୟକତା ତାଙ୍କ ପାକଶାଳା ବଗିଚା ମେଣ୍ଟାଇଥାଏ । ନଡ଼ିଆକତାରେ ପାଣିର ଏକ ଦ୍ରବଣ ଦିଆଯାଇଥାଏ । ଏହି ଦ୍ରବଣରେ ନାଇଟ୍ରୋଜେନ, ଫସଫରସ, ପଟାସ, ମେଗ୍ନିସିୟମ, କାଲସିୟମ, ସଲଫର, ଜିଙ୍କ୍, ଆଇରନ ଆଦିର ସ୍ୱତନ୍ତ୍ର ଅନୁପାତରେ ମିଶାଇ ଦିଆଯାଏ । ଏହି ଦ୍ରବଣକୁ ପାଣିରେ ମିଶାଇ ଗଛକୁ ଦିଆଯାଏ । ଏହି ପ୍ରକାର ଚାଷରେ ମାଟିର ଯାଗା ପାଣି ନେଇଥାଏ । ଫସଲ ପାଇଁ ଯେତିକି ଆବଶ୍ୟକ ସେତିକି ପାଣି ଦିଆଯାଏ । ଗଛ ଲତା ଗୁଡ଼ିକୁ ପାଣିରୁ ଅକ୍ସିଜେନ ମିଳିଥାଏ । ଆକ୍ୱାରିୟମରେ ଯେଭଳି ମାଛ ରହନ୍ତି ସେପରି ଗଛ ବିନା ମାଟିରେ ଏହି ପଦ୍ଧତିରେ ବଂଚି ରହେ । ପାରମ୍ପରିକ ଚାଷ ତୁଳନାରେ ଏଥିରେ ଖୁବ କମ୍ ଯାଗାରେ ଅଧିକ ଫସଲ ଅମଳ କରିହୁଏ । କିନ୍ତୁ ଏହା କେବଳ ବଡ଼ ଚାଷୀମାନେ କରିପାରିବେ । ଏଥିପାଇଁ ପ୍ରଥମେ ପ୍ରଥମେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୁଏ ।

16/01/2019

Leave a Reply

Your email address will not be published. Required fields are marked *

Comments