Bikash Khabar
ଶିଳ୍ପ ସ୍ଥାପନା ଦୃଷ୍ଟିରୁ ପଛରେ ପଡ଼ିଛି ମାଳ ଅଂଚଳ

ରାଜ୍ୟରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠାକୁ ନେଇ ସରକାର ନିଜର ସଫଳତାର ଡ଼ିଣ୍ଡିମ ପିଟୁଥିବାବେଳେ ଗଜପତି, ରାୟଗଡ଼ା, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଭଳି ରାଜ୍ୟର ପାହାଡ଼ିଆ ମାଳ ଅଂଚଳରେ ଏହାର ଜୋରଦାର ଉପସ୍ଥିତି ଦେଖିବାକୁ ମିଳିନାହିଁ ।

ରାଜ୍ୟରେ ୩୫ ହଜାର ଉଦ୍ୟୋଗ ସୃଷ୍ଟି ଜରିଆରେ ୧୪ ଲକ୍ଷ ୧୫ ହଜାର ୧୫୧ ଜଣ ନିଯୁକ୍ତି ପାଇଛନ୍ତି ଏବଂ ୧୭ ହଜାର ୧୬୯ କୋଟିର ପୁଞ୍ଜିନିବେଶ ହୋଇଛି ବୋଲି ସରକାର ଡ଼ିଣ୍ଡିମ ପିଟୁଥିଲେ ହେଁ ଆଦିବାସୀ ବହୁଳ ଓ ମାଓବାଦୀ ପ୍ରଭାବିତ ଅଂଚଳରେ ଏହି ଶିଳ୍ପମାନ ପ୍ରତିଷ୍ଠା ସାତ ସପନ ହୋଇ ରହିଯାଇଛି । ଏହାକୁ ଏମଏସଏମଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲଏନ ଗୁପ୍ତା ମଧ୍ୟ ସ୍ୱିକାର କରିଛନ୍ତି ।
ସରକାରୀ ତଥ୍ୟ ଅନୁସାରେ କଟକରେ ଏଭଳି ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂଖ୍ୟା ଓଡ଼ିଶାରେ ୨୮ ହଜାରରୁ ଅଧିକ ହୋଇଥିବାବେଳେ ଭୁବନେଶ୍ୱରରେ ୨୨ ହଜାର ୩୬୭ ଓ ବାଲେଶ୍ୱରରେ ୨୦ ହଜାର ରହିଛି । ଗଜପତି, ରାୟଗଡ଼ା, କନ୍ଧମାଳ, କୋରାପୁଟ ଜିଲ୍ଲାରେ ଯେଉଁ ଶିଳ୍ପ ଚାଲିଛି ବୋଲି ସଂଖ୍ୟା ଦର୍ଶାଯାଉଛି ତା ଠାରୁ ଢେର ଶିଳ୍ପ ଚାଲିଛି । କାଜୁ ପ୍ରକ୍ରିୟାକରଣ, ଆତ ଓ ସପୁରୀ ସ୍କ୍ୱାସ, ମହୁଲ ଗୁଡ଼, ତେନ୍ତୁଳି କେକ୍, ଆମ୍ବ ଆଚାର, ପଣସ ଆଚାର, ମୁଗ ଓ କାନ୍ଦୁଲ ଡ଼ାଲି, ଫୁଲ ଝାଡ଼ୁ ପ୍ରକ୍ରିୟାକରଣ ଭଳି କ୍ଷୁଦ୍ର ଶିଳ୍ପ ୟୁନିଟ ଯେତିକି ହେବା କଥା ଏଠାରେ ନଥିବା ଜଣାଯାଇଛି ।

10/03/2019

Leave a Reply

Your email address will not be published. Required fields are marked *

Comments