Bikash Khabar
ଓଡ଼ିଶାରେ ବଢୁଛି କୃଷିରେ ଯନ୍ତ୍ରପାତିର ବ୍ୟବହାର

ରାଜ୍ୟରେ କୃଷି କ୍ଷେତ୍ରରେ ଯନ୍ତ୍ରପାତିର ବ୍ୟବହାର ବଢିବାରେ ଲାଗିଛି । ଧାନ ରୋଇବା ଠାରୁ ଆରମ୍ଭ କରି ଅମଳ ଯାଏ ବିଭିନ୍ନ ମେସିନ ଏବେ ବଜାରରେ ଉପଲବ୍ଧ । ତାମିଲନାଡ଼ୁ ତଥା ଦେଶର ଉତ୍ତରାଂଚଳ ରାଜ୍ୟ ଗୁଡ଼ିକରେ କୃଷକଙ୍କ ମଧ୍ୟରେ ହାର୍ଭେଷ୍ଟିଂ ମେସିନର ବେଶ ଆଦୃତି ପରିଲକ୍ଷିତ ହୋଇଛି । ରାଜ୍ୟରେ ମେକାନାଇଜଡ଼ ହାର୍ଭେଷ୍ଟିଂ (ଯାନ୍ତ୍ରିକ ଫସଲ ଅମଳ) ହାର ଏବେ ବଢୁଛି । ଧାରାରେ ପରିବର୍ତ୍ତନ ଆସୁଥିବାରୁ ବଡ଼ ବଡ଼ ଚାଷୀମାନେ ଏପରି ମେସିନ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଷାଠିଏ ସତୁରୀ ଦଶକରେ ଚାଷୀ ଚାଷର ପୁରା ପ୍ରକ୍ରିୟା ଶାରୀରିକ ଶ୍ରମ ଓ ଦକ୍ଷତା ଉପରେ ନିର୍ଭର କରୁଥିବାବେଳେ ଏବେ କୃଷି ଅଭ୍ୟାସର ଧାରା ବଦଳିଛି । ବଦଳି ଯାଇଛି ଚାଷ ସଂସ୍କୃତି । ଛୋଟ ବଡ଼ ଅନେକ ପ୍ରକାର ଯନ୍ତ୍ର ଚାଷୀଙ୍କୁ ସହାୟକ ହୋଇଛି । ଅନେକ ଯନ୍ତ୍ରପାତି ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରିଆତି ବ୍ୟବସ୍ଥା ଚାଷୀଙ୍କୁ ଯାନ୍ତ୍ରିକ କୃଷି ପାଇଁ ଉତ୍ସାହିତ କରିଛି । 

ଓଡ଼ିଶାରେ ଧାନ ଅମଳ ମେସିନ ଦ୍ୱାରା ଏବେ ୪୫ ପ୍ରତିଶତ ଅମଳ ହେଉଛି । କୃଷି ଯନ୍ତ୍ରପାତି ନିର୍ମାଣକାରୀ କମ୍ପାନୀମାନେ ଓଡ଼ିଶା ବଜାରରେ ପ୍ରବେଶ କରି ଭଲ କାରବାର କରୁଛନ୍ତି । ବର୍ତ୍ତମାନ ରାଜ୍ୟରେ ୧୨ଟି ପ୍ରମୁଖ କମ୍ପାନୀ କାର୍ଯ୍ୟ କରୁଥିବା କ୍ଲାସ ଏଗ୍ରିକଲଚରାଲ ମେସିନାରୀ ପ୍ରାଇଭେଟ ଲିମିଟେଡ଼ର ଏମଡ଼ି ମୃତ୍ୟୁଞ୍ଜୟ ସିଂହ କହିଛନ୍ତି ।

18/01/2019

Leave a Reply

Your email address will not be published. Required fields are marked *

Comments