Bikash Khabar
ନଭେମ୍ବର ୧ରୁ ମେକଇନ୍ ଓଡ଼ିଶା କନକ୍ଲେଭ

ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ଭୁବନେଶ୍ୱରଠାରେ ମେକଇନ୍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବ । କନକ୍ଲେଭ ସଂପର୍କିତ ବିଭିନ୍ନ ସମସ୍ୟା ସହିତ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ଆନୁସଙ୍ଗିକ ସୂଚନା ଦେବା ପାଇଁ  ସୋମବାର ଠାରୁ କଣ୍ଟ୍ରୋଲ ରୁମ୍ କାର୍ଯ୍ୟାରମ୍ଭ କରିଛି । ୧୮୦୦୩୪୫୭୧୧୧ ଟେଲିଫୋନ ନମ୍ବର ଜରିଆରେ ଯୋଗାଯୋଗ କରାଯାଇପାରିବ । ଏବେ ଏହା ନଭେମ୍ବର ୯ ଯାଏ ସଚ୍ଚିବାଳୟରେ କାର୍ଯ୍ୟକାରୀ ହେବ । ନଭେମ୍ବର ୯ ପରେ ଏହା ଜନତା ମଇଦାନରେ ଖୋଲାଯିବ । ସେ ସମୟରେ ୯୫୫୬୩୪୪୮୦୦ ଫୋନ ନମ୍ବରରେ ଯୋଗାଯୋଗ କରାଯାଇପାରିବ ।
କନକ୍ଲେଭରେ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ୩୬ ଘଣ୍ଟିଆ ସ୍ମାର୍ଟ ହାକାଥନ ଅନୁଷ୍ଠିତ ହେବ । ଏଥିରେ ଯୋଗ ଦେବା ପାଇଁ ବିଭିନ୍ନ କଲେଜରୁ ୪ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଛନ୍ତି । ଏହି ହାକାଥନ ନଭେମ୍ବର ୧୩ ତାରିଖ ସକାଳ ୯ଟାରୁ ଆରମ୍ଭ ହୋଇ ୧୪ ତାରିଖ ସକାଳ ୧୦ଟା ଯାଏ ଚାଲିବ । ଏହି କନକ୍ଲେଭ ୫ଦିନ ଧରି ଚାଲିବ । ଏଥିରେ ଦେଶ ବିଦେଶରୁ ବହୁ ପୁଞ୍ଜିନିବେଶକାରୀ ଯୋଗ ଦେବେ । 
 

30/10/2018

Leave a Reply

Your email address will not be published. Required fields are marked *

Comments