Bikash Khabar
ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ, ଯୋଗଦେବେ ୮୦୦ ପ୍ରତିନିଧି

ଓଡ଼ିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ୪ ଦିନିଆ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ରବିବାର ଠାରୁ ଆୟୋଜିତ ହେଉଛି । ଏହା ନଭେମ୍ବର ୧୫ ଯାଏ ଚାଲିବ । ରାଜ୍ୟସରକାରଙ୍କ ପକ୍ଷରୁ ଦ୍ୱିତୀୟ ଥର ପାଇଁ ଆୟୋଜିତ ହେଉଥିବା ଏହି କନକ୍ଲେଭର ସଫଳତା ପାଇଁ ସମସ୍ତ ବିଭାଗ ଦିନରାତି ଏକ କରିଦେଇଛନ୍ତି ।

ଦ୍ୱିତୀୟ ବାର୍ଷିକ ବିଜନେସ୍ ମେଗା ଇଭେଣ୍ଟ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଦକ୍ଷିଣ କୋରିଆ, ଜାପାନ, ଫ୍ରାନ୍ସ, ୟୁଏଇ, ସାଉଦି ଆରବ ଆଦି ୬ଟି ଦେଶର ପ୍ରତିନିଧି ମାନେ ଯୋଗ ଦେବେ । ମୋଟ ୮୦୦ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁକେଶ ଅମ୍ବାନୀ, ନଟରାଜନ ଚନ୍ଦ୍ରଶେଖରନ, କୁମାର ମଙ୍ଗଳମ ବିର୍ଲା, ଅନିଲ ଅଗ୍ରୱାଲଙ୍କ ଆନନ୍ଦ ମହିନ୍ଦ୍ରା, ନବୀନ ଜିନ୍ଦଲ ଏବଂ ଗୌତମ ଆଦାନୀଙ୍କ ପରି ଶିଳ୍ପୋଦ୍ୟୋଗୀମାନେ ଏଥିରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ଓଡ଼ିଶା ପାଇଁ ଏପରି ଆୟୋଜନ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ଅନନ୍ତ ଦାସ । ଓଡ଼ିଶାର ଅର୍ଥନୈତିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ଦିଗରେ ଏହା ସହାୟକ ହେବ ବୋଲି ଶିଳ୍ପ ସଚିବ ସଞ୍ଜିବ ଚୋପ୍ରା କହିଛନ୍ତି ।
ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ପ୍ରଥମ ଥର ଲାଗି ରାଜ୍ୟରେ ଓଡ଼ିଶା ସିଏସଆର ପୁରସ୍କାର ପ୍ରଦାନ କରାଯିବ । ରାଜ୍ୟର ସାମାଜିକ ଓ ଆର୍ଥିକ କ୍ଷେତ୍ରର ବିକାଶ ଦିଗରେ ଓଡ଼ିଶାରେ କାର୍ଯ୍ୟ କରିଥିବା କମ୍ପାନୀ ଗୁଡ଼ିକର ଅବଦାନ ପାଇଁ ଏହି ପୁରସ୍କାର ଦିଆଯିବ । 
 

11/11/2018

Leave a Reply

Your email address will not be published. Required fields are marked *

Comments