Bikash Khabar
ମୁଖ୍ୟମନ୍ତ୍ରୀଙ୍କ ପୁଞ୍ଜିନିବେଶ ମିଶନ : ଦିଲ୍ଲୀରେ ମେକ୍ ଇନ ଓଡ଼ିଶା ରୋଡ଼ ସୋ

ନୂଆଦିଲ୍ଲୀରେ ଆୟୋଜିତ ହେଉଛି ମେକ୍ ଇନ ଓଡ଼ିଶା କନକ୍ଲେଭ । ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଏହି କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଶକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ନିବେଶକାରୀଙ୍କ ସହିତ ଆଲୋଚନା ସଫଳ ହେବ ଏବଂ ବିପୁଳ ପୁଞ୍ଜିନିବେଶର ସମ୍ଭାବନା ରହିଛି ବୋଲି ସୂଚାଇଛନ୍ତି ନବୀନ । ଅଗଷ୍ଟ ମାସରେ ନବୀନ ମୁମ୍ବାଇରେ ଅନୁରୂପ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ରିଲିୟାନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଆମ୍ବାନୀଙ୍କ ଭଳି ପ୍ରମୁଖ ଶିଳ୍ପପତିମାନଙ୍କୁ ଭେଟିଥିଲେ ନବୀନ ।
ନଭେମ୍ବର ୧୧ରୁ ୧୫ ତାରିଖ ଯାଏ ଭୁବନେଶ୍ୱରରେ ମେକ୍ ଇନ ଓଡ଼ିଶା ସମ୍ମିଳନୀ ହେବ । ଗତ ଥର ଭଳି ଚଳିତ ଥର ଏହାକୁ ସଫଳ ପାଇଁ ଯୋରଦାର ପ୍ରୟାସ ଆରମ୍ଭ ହୋଇଛି । ନୁଆଦିଲ୍ଲୀଠାରେ ରାଜ୍ୟସରକାରଙ୍କ ପକ୍ଷରୁ ୟୁରୋପୀୟ ଦେଶ ଗୁଡ଼ିକର ବାଣିଜ୍ୟ ଦୂତାବାସ ଏବଂ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟର ବରିଷ୍ଠ ପ୍ରତିନିଧିଙ୍କ ସହ ଆଲୋଚନା ହୋଇଛି । ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜିବ ଚୋପ୍ରା ଓଡ଼ିଶା ଏବେ ଏକ ନିର୍ମାଣ କେନ୍ଦ୍ର ଭାବେ ଉଭା ହୋଇଛି ଓ ରାଜ୍ୟରେ ବ୍ୟବସାୟ ଅନୁକୁଳ ନୀତି ସହିତ ବିଶ୍ୱ ଶ୍ରେଣୀର ଭିତ୍ତିଭୂମି ଥିବା ସୂଚାଇଛନ୍ତି ।
ଆଗାମୀ ଦିନରେ କୋଲକାତା, ବେଙ୍ଗାଲୁର ଏବଂ ହାଇଦ୍ରାବାଦରେ ନିବେଶକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସରକାରଙ୍କ ଭିଜନ ୨୦୨୫ରେ ୨.୫ ଲକ୍ଷ କୋଟି ଟଙ୍କାର ନିବେଶ ଆକୃଷ୍ଟ ଲାଗି ଲକ୍ଷ୍ୟ ଥିବା ଜଣାଯାଇଛି । ୩୦ ଲକ୍ଷ ନିଯୁକ୍ତି ସୁଯୋଗ ଏହା ଦ୍ୱାରା ସମ୍ଭବ ହୋଇପାରିବ । 
 

12/09/2018

Leave a Reply

Your email address will not be published. Required fields are marked *

Comments