Bikash Khabar
ମ୍ୟାଲେରିଆ ନିରାକରଣରେ ଓଡ଼ିଶା ସର୍ବୋକୃଷ୍ଟ ମଡ଼େଲ

ଓଡ଼ିଶାରେ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଛି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ବୈଠକରେ ଓଡ଼ିଶାର ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମର ସଫଳତାକୁ ଏକ ରିପୋର୍ଟରେ ଶ୍ରେଷ୍ଠ ପ୍ରତିପାଦିତ କରାଯାଇଛି । ଏହି ସଫଳତା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ୨୦୩୦ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ମ୍ୟାଲେରିଆ ମୁକ୍ତ କରାଯିବାର ଲକ୍ଷ୍ୟ ରହିଛି । ଗତ ଦୁଇବର୍ଷ ମଧ୍ୟରେ ଏ ପ୍ରାଣଘାତୀ ରୋଗକୁ ନିରାକରଣ କରିବା ଦିଗରେ ସଫଳତା ମିଳିଥିବା ସ୍ୱାସ୍ଥ୍ୟ ସଚିବ ଦର୍ଶାଇଛନ୍ତି । ୨୦୧୬ ତୁଳନାରେ ୨୦୧୭ରେ ମ୍ୟାଲେରିଆ ସଂକ୍ରମଣ ୨୨.୩୨ ପ୍ରତିଶତ କମିଛି । ମ୍ୟାଲେରିଆ ନିରାକରଣ ଦିଗରେ ଓଡ଼ିଶାର ସଫଳତାକୁ ପ୍ରଶଂସା କରିବା ସହିତ ଏହା ସର୍ବୋକୃଷ୍ଟ ମଡ଼େଲ ବୋଲି ବିଶ୍ୱ ମ୍ୟାଲେରିଆ ରିପୋର୍ଟରେ ପ୍ରକାଶ ପାଇଛି । ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ୧୭ଟି ଅତ୍ୟଧିକ ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ୧.୧୩ କୋଟି ଔଷଧ ଉପଚାରିତ ମଶାରି ବଣ୍ଟନ କରାଯାଇଛି । ସରକାର ୨୪ଟି ଜିଲ୍ଲାର ଅତ୍ୟଧିକ ମ୍ୟାଲେରିଆ ପ୍ରବଣ ଦୁର୍ଗମ ଅଂଚଳରେ ଦମନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । 
 

14/12/2018

Leave a Reply

Your email address will not be published. Required fields are marked *

Comments