Bikash Khabar
ମାଲକାନଗିରି ବଣ୍ଡାଘାଟିରୁ ଲଣ୍ଡନର ଖେଳ ପଡ଼ିଆ, ସ୍ୱର୍ଣ୍ଣ ବିଜେତା ଅଜୟଙ୍କ ଅପରାଜୟ କାହାଣୀ

ଅଜୟ ମାନ୍ଧ୍ରା । ଘର ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ । ଭାରତୀୟ ପୁରୁଷ ଖୋଖୋ ଦଳରେ ସାମିଲ ହୋଇ ଅଜୟ ସେପ୍ଟେମ୍ବର ୧ରୁ ୪ ଯାଏଁ ଲଣ୍ଡନ ଠାରେ ଆୟୋଜିତ ପ୍ରଥମ ଆନ୍ତର୍ଜାତୀୟ ଖୋଖୋ ଟୁର୍ଣ୍ଣାମେଣ୍ଟରେ ଇଲଣ୍ଡକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲର ଗୌରବରେ ଦେଶକୁ ଗୌରବାନ୍ୱିତ କରାଇଛନ୍ତି ।
ଏହା ମୋ ପାଇଁ ଅତ୍ୟନ୍ତ ସୁଖଦ ସ୍ମୃତି ବୋଲି କହିଛନ୍ତି ଅଜୟ । ମୁଁ ଏଥିପାଇଁ କଠିନ ମେହନତ କରିଛି ।  ମୋ ପରିବାର ଏ ଖବର ଶୁଣି ବହୁତ ଖୁସି । ମୁଁ ଚାହୁଁଛି ମୋ ଗାଁର ଯୁବକମାନେ ଖେଳରେ ଭଲ ପ୍ରଦର୍ଶନ କରନ୍ତୁ ।
ମାଲକାନଗିରି ବଣ୍ଡା ଘାଟିର ଯୁବକ ଅଜୟଙ୍କ ଯାତ୍ରା ଏତେ ସହଜ ନଥିଲା । ତାଙ୍କ ପିତା ବୁଡ଼ା ମନ୍ଦ୍ରା ଓ ମା ଛନକି ମନ୍ଦ୍ରା କୃଷିରୁ ପରିବାର ଚଳାଉଥିଲେ । ଅଜୟଙ୍କ ସାତ ଭାଇ ଭଉଣୀ । ଅଜୟ ବଣ୍ଡାଘାଟିରେ ବଢିଛନ୍ତି । ଭୁବନେଶ୍ୱରସ୍ଥିତ କିସରେ ପଢିବାର ସୁଯୋଗ ପାଇ ଭିତରେ ଥିବା ପ୍ରତିଭାର ଉପଯୋଗ କରିଛନ୍ତି । ୨୧ତମ ପୂର୍ବାଂଚଳ ସିନିୟର ଜାତୀୟ ଚମ୍ପିଅନସିପ୍ ୬୩ତମ ଜାତୀୟ ସ୍କୁଲ ଗେମ ୨୦୧୭-୧୮, ୪୯ତମ ଏବଂ ୫୦ତମ ସିନିୟର ଜାତୀୟ ନ୍ୟାସନାଲ ଖୋଖୋ ଚମ୍ପିୟନରେ ଅଂଶଗ୍ରହଣ କରିଛନ୍ତି ଅଜୟ । ଗୁଜୁରାଟ, ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼ ଆଦି ରାଜ୍ୟରେ ଖେଳିବା ସହ ଦେଶ ପାଇଁ ଅନେକ ପଦକ ହାସଲ କରିଛନ୍ତି ।
ବଣ୍ଡାଘାଟିର ମୁଦୁଲିପଡ଼ା ଗାଁରୁ ଇଲଣ୍ଡର ଖେଳ ପଡ଼ିଆ ଯାଏ ପହଂଚି ପାରିଥିବା ଅଜୟଙ୍କ ମନରେ ଖେଳକୁ ନେଇ ରହିଛି ଅସୁମାରୀ ଶକ୍ତି ଓ ଅଦମ୍ୟ ମାନସିକତା ।
 

18/09/2018

Leave a Reply

Your email address will not be published. Required fields are marked *

Comments