Bikash Khabar
୧୯୫ ଦେଶରେ ପହଂଚିବ ଓଡ଼ିଶା ମାଣିଆବନ୍ଧ ଶାଢୀ

ଓଡ଼ିଶାର ବାନ୍ଧ କଳା ବିସ୍ମୟ ସୃଷ୍ଟି କରିଛି । ସୂତାକୁ ସୂତା ଯୋଡ଼ି ବୁଣାକାର ବୁଣିଥିବା ଶାଢୀରେ ରହିଛି ଉତ୍କଳୀୟ ଉତ୍କର୍ଷତାର ଯାଦୁ । ବମକେଇ, ସମ୍ବଲପୁରୀ ଓ ମାଣିଆବନ୍ଧର ସିଲକ ଓ ସୂତା ଶାଢୀର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହିଥିବାବେଳେ ଏବେ ଏହା ୧୯୫ଟି ଦେଶରେ ପହଂଚିବ । ବିଶ୍ୱର ପ୍ରମୁଖ ଅନଲାଇନ ସଂସ୍ଥା ଆମାଜନ, ଫ୍ଲିପକାର୍ଟ, ମିନ୍ତ୍ରା ସମେତ ୫ଟି କମ୍ପାନୀ ସହ ଚୁକ୍ତିନାମା ସ୍ୱାକ୍ଷରିତ ହେବ ।

ଚମକ୍ରାର ଶାଢୀ ବୁଣୁଥିବା ବୁଣାକାର ତାର ଉତ୍ପାଦକୁ ବଜାରରେ ପହଂଚାଇବାରେ ବିଫଳ ହେବା ପରେ ଓରମାସ୍ ସହଯୋଗ ପାଇଁ ଆଗେଇ ଆସିଛି । ସ୍ଥାନୀୟ ବୁଣାକାରମାନଙ୍କୁ ବିଶେଷ କରି ମହିଳା ବୁଣାକାରମାନଙ୍କୁ ତାଲିମ ଦେବା ସହ ସେମାନଙ୍କ ଦ୍ୱାରା ଉତ୍ପାଦିତ ଶାଢୀ, କୁର୍ତ୍ତି ଓ କପଡ଼ା ପ୍ରଭୃତି ବିକ୍ରୀବଟ୍ଟା କରିବାର ଦାୟିତ୍ୱ ନେଇଛି । ଓରମାସ ପକ୍ଷରୁ ଆମାଜନ, ଫ୍ଲିପକାର୍ଟ ସହ ଯୋଗାଯୋଗ କରାଯିବା ପରେ ସଂପୃକ୍ତ ସଂସ୍ଥାର ୫ ଜଣିଆ ପ୍ରତିନିଧି ମାଣିଆ ବନ୍ଧ ଗସ୍ତ କରି ୨୦୦ରୁ ଅଧିକ ପ୍ରକାରର ଶାଢୀ ଓ ଅନ୍ୟାନ୍ୟ ସାମଗ୍ରୀର ଫଟୋ ସଂଗ୍ରହ କରି ନେଇଥିବା ଜଣାଯାଇଛି । 
 

17/12/2018

Leave a Reply

Your email address will not be published. Required fields are marked *

Comments