Bikash Khabar
କର୍କଟ ବିରୁଦ୍ଧରେ ଲଢିବା ପାଇଁ ଆହ୍ୱାନ ଦେଲେ ମନୀଷା କୋଇରାଲା

ଦୁରାରୋଗ୍ୟ ବ୍ୟାଧି ଭାବେ କ୍ୟାନସର ଆତଙ୍କ ଖେଳାଇ ଚାଲିଛି । ବିଶୃଙ୍ଖଳିତ ଜୀବନ ଶୈଳୀ ଏହି ରୋଗର କାରଣ । ଜୀବନ ଶୈଳୀରେ ପରିବର୍ତ୍ତନ ବିଶେଷ କରି ସୁସ୍ଥ ଜୀବନ ଚଯ୍ୟା ହିଁ ଏହି ରୋଗକୁ ପ୍ରତିହତ କରିବ ବୋଲି କ୍ୟାନସର ବିଜେତା ମନୀଷା କୋଇରାଲା ବ୍ରହ୍ମପୁର ଗୋଳାବନ୍ଧ ସ୍ଥିତ ଆର୍ମି ଏଡ଼ି କଲେଜରୁ ସାଇକେଲ ଯାତ୍ରାର ଉଦଘାଟନ କରି ମତବ୍ୟକ୍ତ କରିଛନ୍ତି ।

ସ୍ୱେଚ୍ଛାସେବୀ ସଂଗଠନ ସ୍ନେହା ଗ୍ରାମୀଣ ଫାଉଣ୍ଡେସନ ପକ୍ଷରୁ କର୍କଟ ସଚେତନତା ପାଇଁ ସାଇକେଲ ଯାତ୍ରାର ଶୁଭାରମ୍ଭ ଅବସରରେ ମନୀଷା କୋଇରାଲା କହିଥିଲେ ଯେ ପ୍ରାଥମିକ ପର୍ଯ୍ୟାୟରୁ ଏହି ରୋଗ ସଂପର୍କରେ ଯଦି ଜଣାପଡ଼େ, ତେବେ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏଥିରୁ ସମ୍ପୂର୍ଣ୍ଣ ଆରୋଗ୍ୟତା ଲାଭ କରିହେବ । ତେଣୁ ଶରୀରରେ ଯଦି କୌଣସି ଅସ୍ୱାଭାବିକତା ଅନୁଭବ ହୁଏ ତୁରନ୍ତ ଏହା ପରୀକ୍ଷା କରାଇ ନେବା ଉଚିତ ବୋଲି କୋଇରାଲା କହିଥିଲେ । ମନୀଷା ଏପରି ରୋଗ ବିରୁଦ୍ଧରେ ବ୍ୟାପକ ସଚେତନତା ହେବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ୨୫ଜଣ ସାଇକେଲ ଯାତ୍ରୀ ୨୩ ଦିନରେ ୫ଟି ରାଜ୍ୟର ୧୪ ଜିଲ୍ଲାର ୧୪୮୧ କିମି ଦୂରତା ଅତିକ୍ରମ ଲକ୍ଷ ରଖିଥିବା ସ୍ନେହା ଫାଉଣ୍ଡେସନ ପକ୍ଷରୁ କୁହାଯାଇଥିଲା । 
 

03/12/2018

Leave a Reply

Your email address will not be published. Required fields are marked *

Comments