Bikash Khabar
ଚଳିତ ମାସ ୩୧ ସୁଦ୍ଧା ଆଧାର ସହ ପାନ ସଂଯୋଗ ଜରୁରୀ

ଆୟକର ପ୍ରଦାନ କରୁଥିବା ଏବଂ ରିଟର୍ଣ୍ଣ ଦାଖଲ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ପାନକାର୍ଡ଼ ସହିତ ଆଧାର ସଂଯୋଗକୁ ଜରୁରୀ କରାଯାଇଛି । ଏଥିପାଇଁ ଚଳିତ ମାସ ୩୧କୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ଆୟକର ବିଭାଗର ସୂଚନା ଅନୁଯାୟୀ ୧୦ ଅଙ୍କ ବିଶିଷ୍ଟ ପାନ ନମ୍ବରକୁ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ସହିତ ଯୋଡ଼ିବାକୁ ହେବ ।

ଆୟକର ରିଟର୍ଣ୍ଣ ଫାଇଲ କ୍ଷେତ୍ରରେ ଏହା ଜରୁରୀ । ମାର୍ଚ୍ଚ ୩୧କୁ ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଥିବାରୁ ଏବେ ସମୟ ଖୁବ୍ କମ୍ । ବ୍ୟାଙ୍କ ଖାତା ସହିତ ପାନ ସଂଯୋଗ କରିବା ପାଇଁ ମଧ୍ୟ କୁହାଯାଇଛି । ଯଦି ଏହି ପ୍ରକ୍ରିୟା କରାଯାଇଥାଏ ତେବେ ଆୟକର ଫେରସ୍ତ ବାବଦ ଅର୍ଥ ମିଳିପାରିବ । ସୂଚନା ଯୋଗ୍ୟ ଯେ, ଆଧାର ସହ ପାନ ସଂଯୋଗ ପାଇଁ ପୂର୍ବରୁ ଥିବା ଅବଧି ବୃଦ୍ଧି କରାଯାଇ ସୁଯୋଗ ଦିଆଯାଇଥିଲା । ମାର୍ଚ୍ଚ ୩୧ ତାରିଖ ପରେ ଆଉ ଏପରି ପୁରୁଣା ପାନ କାର୍ଡ଼ଧାରୀଙ୍କୁ ମିଳିନପାରେ ।

10/03/2019

Leave a Reply

Your email address will not be published. Required fields are marked *

Comments