Bikash Khabar
ବିବାହିତା ଝିଅର ମଧ୍ୟ ରହିଛି ଅନୁକମ୍ପା ନିଯୁକ୍ତିର ଅଧିକାର

ଇନ୍ଦୋର ହାଇକୋର୍ଟର ଏକ ଖଣ୍ଡପୀଠ ମହିଳାଙ୍କ ଅଧିକାର ପ୍ରସଙ୍ଗରେ ପୁଣି ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ ପିତାର ମୃତ୍ୟୁ ପରେ ପୁତ୍ରୀର ଅନୁକମ୍ପା ନିଯୁକ୍ତି ଉପରେ ମଧ୍ୟ ଅଧିକାର ରହିଛି ।
କେବଳ ପୁଅକୁ ନୁହେଁ, ବିବାହିତା ଝିଅର ମଧ୍ୟ ପିତାଙ୍କ ମୃତ୍ୟୁପରେ ମିଳିବାକୁ ଥିବା ଅନୁକମ୍ପା ଚାକିରୀରେ ହକ୍ ରହିଛି । ଗୋଟିଏ ପକ୍ଷରେ ମହିଳାଙ୍କୁ ଦେବୀର ମର୍ଯ୍ୟଦା ଦିଆଯାଉଛି ଅନ୍ୟ ପଟରେ ମହିଳାଙ୍କ ସହିତ ବାରମ୍ବାର ପକ୍ଷପାତ କରାଯାଉଛି ।
ମିନାକ୍ଷୀ ନାମ୍ନୀ ଜଣେ ମହିଳାଙ୍କ ଆବେଦନ ଉପରେ ବିଚାର କରି ଇନ୍ଦୋର ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ମିନାକ୍ଷୀଙ୍କ ପିତା ଜଣେ କନେଷ୍ଟବଳ ଥିଲେ । ଚାକିରୀରେ ଥାଇ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ଦୁଇପୁଅ ଓ ପତ୍ନୀ ଥିବାବେଳେ ତାଙ୍କ ବିବାହିତ ଝିଅ ମିନାକ୍ଷୀ ପିତାଙ୍କ ଚାକିରୀ ପାଇଁ ଯୋଗ୍ୟ ଦେଖାଇ ଆବେଦନ କରିଥିଲେ । ପୋଲିସ ପ୍ରଶାସନ ବାପାଙ୍କ ଚାକିରୀରେ ବିବାହିତ ଝିଅର ଅଧିକାର ନଥିବା ଦର୍ଶାଇ ଆବେଦନ ରବ୍ଦ କରିଦେବା ପରେ ମିନାକ୍ଷୀ ହାଇକୋର୍ଟ ଯାଇଥିଲେ । ହାଇକୋର୍ଟ ମୀନାକ୍ଷୀଙ୍କୁ ଚାକିରୀ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । 
 

26/10/2018

Leave a Reply

Your email address will not be published. Required fields are marked *

Comments