Bikash Khabar
ସହିଦଙ୍କ ପତ୍ନୀ ସାମିଲ ହେଲେ ସେନାରେ

ଅରୁଣାଚଳ ପ୍ରଦେଶର ତତ୍ୱାଙ୍ଗ ଠାରେ ଭାରତ-ଚୀନ ସୀମାରେ ଟଳି ପଡ଼ିଥିଲେ ମେଜର ପ୍ରସାଦ ମହାଦିକ । ୨୦୧୭ ଡ଼ିସେମ୍ବରରେ ଗୋଳା ବାରୁଦ ଟ୍ୟାଙ୍କ ଚେକ୍ କରୁଥିବାବେଳେ ବିସ୍ପୋରଣ ଘଟି ସେ ସହିଦ ହୋଇଥିଲେ । ମେଜର ପ୍ରସାଦଙ୍କ ପତ୍ନୀ ଏ ଘଟଣା ପରେ ଚାକିରି କରୁଥିବା ଏକ ଲ ଫାର୍ମର ଚାକିରୀ ଛାଡ଼ି ସ୍ୱାମୀଙ୍କ ପଦାଙ୍କ ଅନୁସରଣ କରି ସେନାରେ କାମ କରିବାର ସଂକଳ୍ପ ନେଇଥିଲେ ।

ସହିଦ ମେଜର ପ୍ରସାଦଙ୍କ ପତ୍ନୀ ଗୌରୀ ମହାଦିକ ଏସଏସସି ପରୀକ୍ଷାରେ ସଫଳତା ଅର୍ଜନ କରି ଏବେ ସେନାରେ ଯୋଗଦେବାକୁ ନିଜକୁ ଯୋଗ୍ୟ କରିଛନ୍ତି । ଆସନ୍ତା ମାସରୁ ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡ଼େମୀରେ ତାଙ୍କର ଟ୍ରେନିଂ ଆରମ୍ଭ ହେବ । ୪୯ ସପ୍ତାହର ଟ୍ରେନିଂ ସରିବା ପରେ ଗୌରୀ ୨୦୨୦ ମାର୍ଚ୍ଚରେ ସେନାରେ ଲେଫ୍ଟନେଣ୍ଟ ପଦରେ ନିୟୋଜିତ ହେବେ ।
ମୁଁ ସେନାରେ ତାଲିମ ସାରି ଯେଉଁଦିନ ଖାକି ଓ ଷ୍ଟାର ଧାରଣ କରିବି ସେହିଦିନ ଏହା ମୋ ସ୍ୱର୍ଗତ ସ୍ୱାମୀଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଗୌରୀ କହିଛନ୍ତି ।

28/02/2019

Leave a Reply

Your email address will not be published. Required fields are marked *

Comments