Bikash Khabar
ନିଆରା ସାମୂହିକ ବିବାହ : ବନ୍ଧନରେ ବାନ୍ଧି ହେଲେ ୫୫ ବର-କନ୍ୟା

ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ ଅନୁଗୋଳ ଶାଖା ପକ୍ଷରୁ ଅନୁଗୋଳ ଗାନ୍ଧୀ ମାର୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଏକ ନିଆରା ସାମୂହିକ ବିବାହ ସହରବାସୀଙ୍କ ପାଇଁ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

ଜିଲ୍ଲାରେ ପ୍ରଥମ ଥର ପାଇଁ ଅତ୍ୟନ୍ତ ନିରାଡ଼ମ୍ବର ଅଥଚ ସାମାଜିକ ସାଂସ୍କୃତିକ ବିଧିବିଧାନ ସହିତ ପାଳିତ ହୋଇଥିବା ଏହି ସାମୁହିକ ବିବାହରେ ବାଜା ନଥିଲା କି ବାଣ ଫୁଟି ନଥିଲା । ବରଂ ବର କନ୍ୟାଙ୍କ ପାଇଁ ଥିଲା ଆଶୀର୍ବାଦ ଆଉ ଆଶୀର୍ବାଦ ।
ଶାନ୍ତିକୁଞ୍ଜ ହରିଦ୍ୱାର ଗାୟତ୍ରୀ ପରିବାର ଆଚାର୍ଯ୍ୟମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ବୈଦିକ ରୀତିରେ ଏହି ସାମୂହିକ ଆଦର୍ଶ ବିବାହ ରୀତି ପାଳନ ହୋଇଥିଲା । କେବଳ ବିବାହ ନୁହେଁ ବିଦାୟ ବେଳେ ଆୟୋଜକଙ୍କ ପକ୍ଷରୁ ନବଦମ୍ପତ୍ତିଙ୍କୁ ବିଭିନ୍ନ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା । ପୁଅ ଓ ଝିଅର ବନ୍ଧୁବାନ୍ଧବମାନଙ୍କୁ ପ୍ରୀତିଭୋଜନରେ ଆପ୍ୟାୟିତ କରାଯାଇଥିଲା । ଭବିଷ୍ୟତରେ ଦମ୍ପତ୍ତିଙ୍କ ଆର୍ଥିକ ସମସ୍ୟା ଉପୁଜିଲେ ସେମାନଙ୍କୁ କାର୍ଯ୍ୟରେ ଥଇଥାନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।

 

11/02/2019

Leave a Reply

Your email address will not be published. Required fields are marked *

Comments