Bikash Khabar
ବ୍ୟବହାର ହେଲା ଆଫ୍ରିକାର କୌଶଳ, ଏଣିକି ଗାଁ ପାଖକୁ ହାତୀ ଆସିଲେ ବାଜି ଉଠିବ ସାଇରନ

ଛତିଶଗଡ଼ ଅମ୍ବିକାପୁର ସରଗୁଜାର ଭିନ୍ନ ଭିନ୍ନ ଇଲାକାରେ ଖୋଲା ବିଚରଣ କରୁଥିବା ହାତୀମାନଙ୍କ ଦଳ ଏବେ ଗାଁ ଠାରୁ ଯଦି ୫୦୦ମିଟର ପାଖାପାଖି ଅଂଚଳକୁ ଚାଲିଆସନ୍ତି ତେବେ ଗାଁରେ ସାଇରନ ବାଜି ଉଠିବ । ଲୋକେ ନିଜ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ସଚେତିତ ହୋଇଯିବେ ।

ଆଫ୍ରିକାର ଏହି କୌଶଳକୁ ଏବେ ମଧ୍ୟପ୍ରଦେଶ ଓ ଛତିଶଗଡ଼ର ବନବିଭାଗ ଗ୍ରହଣ କରିନେଇଛି । ଯେଉଁଥିରେ ତିନୋଟି ଦଳର ଗୋଟିଏ ଗୋଟିଏ ହାତୀଙ୍କ ଦେହରେ ସାଟେଲାଇଟ କଲରକୁ ପ୍ରାକ୍ ସତର୍କ ସୂଚନା ଉପକରଣ ସହ ଯୋଡ଼ି ଦିଆଯାଇଛି । ଏବଂ ଏହାର ସଫଳ ପ୍ରୟୋଗ ବି ହୋଇସାରିଛି । କଲରରେ ଡ଼ିଭାଇସକୁ ଲିଙ୍କ୍ କରିବା ପାଇଁ ଆଫ୍ରିକାରୁ ଆସିଥିବା ବୈଜ୍ଞାନିକଙ୍କ ଉପସ୍ଥିତିରେ ଏହାର ସଫଳ ବ୍ୟବହାର କରାଯାଇଛି ।
ସରଗୁଜା ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ହାତୀ-ମଣିଷ ସଂଘର୍ଷକୁ ରୋକିବା ପାଇଁ ବନବିଭାଗ ବ୍ୟାପକ ପ୍ରୟାସ ଜାରୀ ରଖିଛି । ଗତ କିଛି ଦିନ ତଳେ ଜନବସତି ଗୁଡ଼ିକୁ ପଶି ଆସୁଥିବା ତିନୋଟି ହାତୀ ଦଳର ମୁଖିଆ ହାତୀକୁ ଚିହ୍ନଟ କରି ତାରି ଦେହରେ ସାଟେଲାଇଟ କଲର ଆଇଡ଼ି ଲଗାଯାଇଛି । ଏହା ଦ୍ୱାରା ହାତୀଙ୍କ ଚଳପ୍ରଚଳ ବାବଦରେ ଜଣାପଡ଼ିଯାଇଛି । ସାଟେଲାଇଟ କଲର ଆଇଡ଼ିକୁ ପ୍ରାକ୍ ସତର୍କତା ଉପକରଣ ସହ ଯୋଡ଼ିବା କାମ ଆରମ୍ଭ ହୋଇଛି । 
 

13/12/2018

Leave a Reply

Your email address will not be published. Required fields are marked *

Comments